ପ୍ରସ୍ତୁତି ସାମଗ୍ରୀ- ଦେଢ଼ କେଜି ଅରୁଆ ଭାତ
୨୫୦ ଗ୍ରାମ୍ ମଟର ମଞ୍ଜି
୨ଟା ବଡ଼ ଆଳୁ
୪ ପାଖୁଡ଼ା ରସୁଣ
ଅଧ ଇଞ୍ଚ ଅଦା
୩ କିମ୍ବା ୪ଟା ଲଙ୍କା, ୧ କପ୍
ଡାଲ୍ଡା ରିଫାଇନ୍ ତେଲ
୨ ଟା ଛୋଟ ଟମାଟ
ଫୂଲକୋବି ୨ ୫୦ ଗ୍ରାମ୍
ଅଧ କିଲୋଗ୍ରାମ ଚିଙ୍ଗୁଡ଼ି ମାଛ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଚୋପା ଓ ମୁଣ୍ଡ ଛଡ଼ାଇ ସଫାକରି ରଖିବ ।କଞ୍ଚାଲଙ୍କା, ଅଦା, ରସୁଣ ଓ ଗୋଟିଏ ପିଆଜ ବାଟିରଖ । ମଟର ସବୁକୁ ସିଝାଇ ରଖିବ ।୪ ଚାମଚ ତେଲ ଗରମ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଲୁଣ ହଳଦୀ ପକାଇ ଦେବ |ଭାଜି ଭାଜି ଯେତେବେଳେ ଚିଙ୍ଗୁଡ଼ି ଲାଲ ହୋଇଯିବା ସେଥିରେ ବଟା ମସଲା ପକାଇ ଭଲରୂପେ ଭାଜିବ । ସେଗୁଡ଼ିକ ଭଲରୂପେ ଭାଜି ହୋଇଗଲେ ସେଗୁଡ଼ିକ ଭଲରୂପେ କାଢିଦେଇ ସେଥିରେ ଆଳୁକୁ ଆଙ୍ଗୁଠି ସାଇଜର କାଟି ଛାଣି ରଖ । ତା’ପରେ କୋବିକୁ ଖଣ୍ଡ ଖଣ୍ଡ କରି ଛାଣିରଖ । ତା’ପରେ କୋବିକୁ କାଢ଼ିଲା ପରେ ପିଆଜକୁ ଲାଲ କରି କାଢ଼ି ସେହି ତେଲରେ ଭାତକୁ ଭାଜ । ଭାଜି ଗୋଟି ଗୋଟି ହୋଇଗଲେ ଭଜା, ଆଳୁ କୋବି ପିଆଜ ଭଜା ଓ ସିଝାମଟର ପକାଇ ଆଉଟିକେ ସମୟ ଗୋଳାଗୋଳି କରି ଭାଜିଦେବ । ପ୍ଲେଟ୍ରେ ରଖି ତା’ଉପରେ ଟମାଟକୁ ଗୋଲ ଗୋଲକରି କାଟି ସଜାଇ ରଖିବ | ଅଣ୍ଡାଦେବାକୁ ଇଚ୍ଛା ହେଲେ ୨ ଗୋଟି ସିଝା ଅଣ୍ଡାନେଇ ଲମ୍ବା ସାଇକ ୪ ଖଣ୍ଡକରି କାଟି ଫ୍ରାଏଡ୍ ରାଇସ୍ ଉପରେ ରଖିଦେବ ।