ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ମାଂସ
୫୦୦ ଗ୍ରାମ ଅରୁଆ ଚାଉଳ
୨୫୦ ଗ୍ରାମ୍ ପିଆଜ
୨୦୦ ଗ୍ରାମ୍ ଘିଅ
୧ ଇଞ୍ଚ ଅଦା
୨ ଚାମଚ ଧନିଆ
୧ ଚାମଚ ଗୋଲମରିଚ
୬ଟା ଲାଲଲଙ୍କା
୪ଟା ତେଜପତ୍ର
୨ ଗମଚ ପାନମହୁରୀ
୪ଟା ଗୁଜୁରାତି,
୨/୩ ଖଣ୍ଡ ଡାଲଚିନି
ଅଧାକପ୍ ସଜଦହି
୧ ଚାମଚ ହଳଦୀଗୁଣ୍ଡ
୧୦/୧୨ଟା କାଜୁ
୨୦ / ୨ ୫ଟା କିସ୍ମିସ୍
ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ |
ପ୍ରଣାଳୀ – ଚାଉଳ ଧୋଇକରି ରଖିଦିଅ | ଦିଆ ହୋଇଥିବା ଅଧା ପରିମାଣ ପାନମହୁରୀ ସହ ଧନିଆ ଲଙ୍କା, ଅଦା ଓ ଅଧା ଗୁଜୁରାତି ଅଧା ଡାଲଚିନିକୁ ବାଟିକରି ରଖିବ |ସବୁ ପିଆଜକୁ ଟିକିଟିକି ଏବଂ ସରୁସରୁ କରି କାଟିବ |ଡେକ୍ଚି କିମ୍ବା ପ୍ରେସ୍ରରେ କୁକରରେ ଅଧା ଘିଅ ଦେଇଦେବ । ସେଥିରେ କାଜୁ ଭାଜି ରଖିବ । ତା’ପରେ ସେଥିରେ ପିଆଜ କଟା ଭାଜିକରି ରଖିବ । ପିଆଜ ଲାଲ ହୋଇଗଲେ ସେଥିରୁ ଅଧା କାଢ଼ିକରି ରଖିବ ଏବଂ ଆଉ ଅଧକ ପିଆଜ ଡେକ୍ଚିରେ ଥାଇ ସେଥିରେ ମାଂସ ଲୁଣ ଓ ହଳଦୀ ଦେବ | ବଟା ମସଲା ଏବଂ ଦହି ସେଥିରେ ପକାଇବ | ତାହା କଷୁଥିବ, ଯେତେବେଳେ ଭଲ ବାସନାହୋଇ ଆସିବ । ମସଲା ତେଲ ବାହାରି ଆସିଲେ ସେତେବେଳେ ମାଂସ ସିଝିଲେ ତା ପାଇଁ ପାଣି ଦେବ । ଯେପରି ଝୋଳପାଇଁ ପାଣି ରହିବ ନାହିଁ । ଯଦି ପାଣି ବେଶି ହୋଇଯାଏ ତେବେ ଏହାକୁ ଶୁଖାଇଦେବ । ମାଂସ ତରକାରୀ ଶୁଖିଲା ଶୁଖିଲା ପରି ହେବ । ଅଲଗା ଏକ ଡେକ୍ଚିରେ ଆଉ ଅଧିକ ଘିଅ ପକାର ଜେତପତ୍ର, ଗୋଲମରିଚ ଓ ଗୁଜୁରାତି ଓ ଡାଲଚିନିକୁ ପକାଇବ ତା’ପରେ ସେଥିରେ ଚାଉଳ ପକାଇ ଭାଜିବ । ଭଲ ଭାବରେ ଭାଜି ହୋଇଗଲେ ସବୁ ଚାଉଳକୁ ଡେକଚିରୁ କାଢ଼ି ରଖିବ । ତା’ପରେ ଡେକ୍ଚିରେ ଅନ୍ଧ ଚାଉଳ ତା’ ଉପରେ ଟିକେ ଭଜା ପିଆଜ ଓ ଟିକେ ପାନମହୂରୀ ସିଞ୍ଚି ଦେବ । ତା’ପରେ କଷା ମାଂସ ଓ “ତା’ପରେ ଭଜା ଚାଉଳ କାଜୁ, କିସ୍ମିସ୍ ମଝିରେ ମଝିରେ ସିଞ୍ଚି ପକାଇବ । ସବୁ ପକାଇଲା ପରେ କପ୍ଟେ ପାଣି ଦେଇ ଢାଙ୍କୁଣୀ ‘ଘୋଡ଼ାଇଦେବ । କିଛି ସମୟ ପରେ ଚାଉଳ ସିଝିଗଲେ ଡେକ୍ଟି ଓହ୍ଲାଇ ରଖିବ । ପଲାଉ ଅଳ୍ପ ଟାଣଥିବା ଅବସ୍ଥାରେ ହିଁ ଚୁଲିରୁ ଓହ୍ଲାଲଦେଇ ଢାଙ୍କୁଣୀ ବନ୍ଦକରି ତା’ ଉପରେ ରଡ଼ ନିଆଁ ଦେବ । ତାହାରି ବାମ୍ଫରେ