Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Nonveg Recipe Mansa Palau
    Chicken & Nonveg

    Odia Nonveg Recipe Mansa Palau

    lizaBy lizaSeptember 3, 2023No Comments2 Mins Read
    Facebook Twitter Pinterest LinkedIn Tumblr Email
    Mansa Palau
    Mansa Palau
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ମାଂସ
    ୫୦୦ ଗ୍ରାମ ଅରୁଆ ଚାଉଳ
    ୨୫୦ ଗ୍ରାମ୍‌ ପିଆଜ
    ୨୦୦ ଗ୍ରାମ୍‌ ଘିଅ
    ୧ ଇଞ୍ଚ ଅଦା
    ୨ ଚାମଚ ଧନିଆ
    ୧ ଚାମଚ ଗୋଲମରିଚ
    ୬ଟା ଲାଲଲଙ୍କା
    ୪ଟା ତେଜପତ୍ର
    ୨ ଗମଚ ପାନମହୁରୀ
    ୪ଟା ଗୁଜୁରାତି,
    ୨/୩ ଖଣ୍ଡ ଡାଲଚିନି
    ଅଧାକପ୍‌ ସଜଦହି
    ୧ ଚାମଚ ହଳଦୀଗୁଣ୍ଡ
    ୧୦/୧୨ଟା କାଜୁ
    ୨୦ / ୨ ୫ଟା କିସ୍ମିସ୍‌
    ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ |

    ପ୍ରଣାଳୀ – ଚାଉଳ ଧୋଇକରି ରଖିଦିଅ | ଦିଆ ହୋଇଥିବା ଅଧା ପରିମାଣ ପାନମହୁରୀ ସହ ଧନିଆ ଲଙ୍କା, ଅଦା ଓ ଅଧା ଗୁଜୁରାତି ଅଧା ଡାଲଚିନିକୁ ବାଟିକରି ରଖିବ |ସବୁ ପିଆଜକୁ ଟିକିଟିକି ଏବଂ ସରୁସରୁ କରି କାଟିବ |ଡେକ୍‌ଚି କିମ୍ବା ପ୍ରେସ୍‌ରରେ କୁକରରେ ଅଧା ଘିଅ ଦେଇଦେବ । ସେଥିରେ କାଜୁ ଭାଜି ରଖିବ । ତା’ପରେ ସେଥିରେ ପିଆଜ କଟା ଭାଜିକରି ରଖିବ । ପିଆଜ ଲାଲ ହୋଇଗଲେ ସେଥିରୁ ଅଧା କାଢ଼ିକରି ରଖିବ ଏବଂ ଆଉ ଅଧକ ପିଆଜ ଡେକ୍‌ଚିରେ ଥାଇ ସେଥିରେ ମାଂସ ଲୁଣ ଓ ହଳଦୀ ଦେବ | ବଟା ମସଲା ଏବଂ ଦହି ସେଥିରେ ପକାଇବ | ତାହା କଷୁଥିବ, ଯେତେବେଳେ ଭଲ ବାସନାହୋଇ ଆସିବ । ମସଲା ତେଲ ବାହାରି ଆସିଲେ ସେତେବେଳେ ମାଂସ ସିଝିଲେ ତା ପାଇଁ ପାଣି ଦେବ । ଯେପରି ଝୋଳପାଇଁ ପାଣି ରହିବ ନାହିଁ । ଯଦି ପାଣି ବେଶି ହୋଇଯାଏ ତେବେ ଏହାକୁ ଶୁଖାଇଦେବ । ମାଂସ ତରକାରୀ ଶୁଖିଲା ଶୁଖିଲା ପରି ହେବ । ଅଲଗା ଏକ ଡେକ୍‌ଚିରେ ଆଉ ଅଧିକ ଘିଅ ପକାର ଜେତପତ୍ର, ଗୋଲମରିଚ ଓ ଗୁଜୁରାତି ଓ ଡାଲଚିନିକୁ ପକାଇବ ତା’ପରେ ସେଥିରେ ଚାଉଳ ପକାଇ ଭାଜିବ । ଭଲ ଭାବରେ ଭାଜି ହୋଇଗଲେ ସବୁ ଚାଉଳକୁ ଡେକଚିରୁ କାଢ଼ି ରଖିବ । ତା’ପରେ ଡେକ୍ଚିରେ ଅନ୍ଧ ଚାଉଳ ତା’ ଉପରେ ଟିକେ ଭଜା ପିଆଜ ଓ ଟିକେ ପାନମହୂରୀ ସିଞ୍ଚି ଦେବ । ତା’ପରେ କଷା ମାଂସ ଓ “ତା’ପରେ ଭଜା ଚାଉଳ କାଜୁ, କିସ୍‌ମିସ୍‌ ମଝିରେ ମଝିରେ ସିଞ୍ଚି ପକାଇବ । ସବୁ ପକାଇଲା ପରେ କପ୍‌ଟେ ପାଣି ଦେଇ ଢାଙ୍କୁଣୀ ‘ଘୋଡ଼ାଇଦେବ । କିଛି ସମୟ ପରେ ଚାଉଳ ସିଝିଗଲେ ଡେକ୍‌ଟି ଓହ୍ଲାଇ ରଖିବ । ପଲାଉ ଅଳ୍ପ ଟାଣଥିବା ଅବସ୍ଥାରେ ହିଁ ଚୁଲିରୁ ଓହ୍ଲାଲଦେଇ ଢାଙ୍କୁଣୀ ବନ୍ଦକରି ତା’ ଉପରେ ରଡ଼ ନିଆଁ ଦେବ । ତାହାରି ବାମ୍ଫରେ

    Best Odia Recipe Mansa Palau Odia Nonveg Recipe Odia Nonveg Recipe Mansa Palau Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Tamota Egg Drop Soup

    December 21, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.