ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚାଉଳ
୫ଟି ଅଣ୍ଡା
୩ ଗୋଟି ଆଳୁ
୬ଟା ଲବଙ୍ଗ
୪ ଖଣ୍ଡ ଡାଲଚିନି
୪ଟା ଗୁଜୁରାତି
୬ ଟା ଲବଙ୍ଗ
୪ ଗୋଟି ପିଆଜ
୬ ପାଖୁଡ଼ା ରସୁଣ
୧ ଇଞ୍ଚ ଅଦା
୬ଟା ଗୋଲମରିଚ
୪ ଚାମଚ ଘିଅ
୧ କପ ରିଫାଇନ୍ ତେଲ
ପ୍ରଣାଳୀ – ଗଉଳ ଭଲଭାବରେ ଝରା ଝରା ଭାତ ରାନ୍ଧି ରଖିବ | ଅଣ୍ଡା ଆଳୁକୁ ସିଝାଇଦେବ । ଆଳୁର ଚୋପା ଛଡ଼ାଇ ୨ ଖଣ୍ଡ କରି ରଖିବ । ପିଆଜ ୨ ଟା ,ରସୁଣ, ଅଦା କୁ ବାଋଇଦେବ |ଡାଲ ଚିନି ,ଗୁଜୁରାତି,ଲବଙ୍ଗ ଗୋଲମରିଚ ଗୁଣ୍ଡ କରି ରଖ |କରେଇରେ ତେଲ ଗରମ କରି ପିଆଜ ୨ ଟିକୁ ପତଳା ପତଳା କାଟି ଲାଲ କରି ଭାଜିଦେଇ କାଢ଼ିଦେବ । ସେଇ ତେଲରେ ଅଣ୍ଡା ଏବଂ ଆଳୁକୁ ଲାଲକରି ଭାଜିଦେଇ ପିଆଜ ମସଲାଦେଇ ଅଣ୍ଡା ଓ ଆଳୁକୁ ଭଲଭାବେ କଷିଦେବ | ପାଣି ଦେବାକୁ ପଡିବ ନାହିଁ । ଘିଅରେ ଭାତକୁ ଭାଜିଦେଇ ଗରମ ମସଲା ଗୁଣ୍ଡ ଓ ପିଆଜ ଭଜା ମିଶାଇଦେବ । ଗୋଟିଏ ଚଉଡ଼ା ମୁହଁ ଵାଲା ଡେକ୍ଚିରେ ମସଲା ଭାତ ରଖି ତା’ଉପରେ ଅଣ୍ଡା ଏବଂ ଆଳୁ କଷା କିଛି ରଖିବ । ତା’ପରେ ମସଲା ଭାତ ଏପରି ରଖିବେ | ଗରମ ଥିବା ଅବସ୍ଥାରେ ଢାଙ୍କୁଣୀ ଘୋଡ଼ାଇ ଦେଇ ୫ ମିନିଟ୍ କମ୍ ନିଆଁରେ ରଖିବ ।