ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ
୫୦୦ ଗ୍ରାମ ଚାଉଳ
୨ ଚାମଚ ଘିଅ
୧ କପ୍ ରିଫାଇନ୍ ତେଲ
୪ ଗୋଟି ପିଆଜ
୨ଟା ତେଜପତ୍ର
୪ଟା ଲବଙ୍ଗ,
୪ ଟା ଗୁଜୁରାତି
୧ ଗୋଟି ରସୁଣ
୧ ଇଞ୍ଚ ଅଦା
୨ ଖଣ୍ଡ ଜାଇତ୍ରି
ଅଳ୍ପ ଜାଇଫଳ,
୧ ଚାମଚ ଜିରା
୧ ଚାମଚ ଧଳା ଗୋଲମରିଚ
୪ ଖଣ୍ଡ ଡାଲଚିନି
୬ଟା ଲାଲ ଲଙ୍କା,
ଅଧାକପ୍ ଦୁଧ
ପ୍ରଣାଳୀ– ପ୍ରଥମେ ଚାଉଳକୁ ଧୋଇକରି ଭାତ ରାନ୍ଧିଦିଅ । ଚିକେନ୍କୁ ଛୋଟ ଛୋଟ ଖଣ୍ଡ କରିଦିଅ । କରେଇରେ ଅଧେ ତେଲ ଦେଇ ପିଆଜ, ବଟା ମସଲା ଓ ଚିକେନ୍ ଦେଇ ଭଲଭାବରେ କଷିଦେଇ ଅଳ୍ପ ପାଣିରେ ସିଝାଇ ଦିଅ । ଆଗରୁ ପିଆଜ ୨ଟା, ରସୁଣ, ଅଦା, ଲଙ୍କାକୁ ଚିକ୍କଣ କରି ବାଟିଦେଇଥିବ | ଜାଇତ୍ରି ଜାଇଫଳକୁ ଅଲଗା କରି ଚିକ୍କଣ କରି ବାଟି ଦେଇଥିବ । ଚିକେନ୍ ସିଝିଗଲେ ଅଳ୍ପ ଅଳ୍ପ ଝୋଳଥିବ ଓହ୍ଲାଇଦେବ । ସେହି ସମୟରେ ତରକାରିରେ ଡାଲଚିନି ପ୍ରଭୃତି ବଟାକୁ ପକାଇଦେବ । ଏକ କରେଇରେ ଘିଅ ପକାଇ ଜିରା ଏବଂ ଗୋଲମରିଚକୁ ଫୁଟାଇଦେବ । ସେଥିରେ ଜାଇଫଳ ବଟା ପକାଇ ଭାଜିଦେଇ ସଦୁ ତେଲ ପକାଇ ଦେଇ ପିଆଜକୁ ଲାଲକରି ଭାଜି କାଢ଼ିଦେବ । କପେ ଭାତ, ଅଳ୍ପ ହଳଦୀତେଲ ଭାଜି ଓହ୍ଲାଇ ରଖିବ ଅନ୍ୟ ତେଲକୁ ଭାତ ସାଙ୍ଗରେ ମିଶାଇଦେବ . | ସେଇ ଡେକ୍ଚିରେ କିଛି ଭାତ ଗୋଳାଇ ରଖିବ । ତା’ଉପରେ ଚିକେନ୍ କିଛି ପକାଇଦେବ । ଚିକେନ୍ ଉପରେ କିଛି ଭାତ ତା’ ଉପରେ ପିଆଜ ଭଜା କିଛି, ଏପରି ଭାବରେ ସବୁ ଭାତ ଓ ସବୁ ଚିକେନ୍ ସରିଗଲେ ଉପରକୁ ହଳଦାଭଜା ଭାତକୁ ରଖି, ମଝିରେ ଖଡ଼ିକା ପୁରାଇ ଦୁଧମିଶା ସହ ଜିରା ପ୍ରଭୃତି ଛିଞ୍ଚି ଛିଞ୍ଚି ଗରିଆଡ଼େ ଡେକଚିରେ ଢାଙ୍କୁଣୀ ବନ୍ଦକରି କମ୍ ନିଆଁରେ ୫ ମିନିଟ୍ ବସାଇଦେବ ।