Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia NonVeg Recipe Chicken Recipe
    Chicken & Nonveg

    Odia NonVeg Recipe Chicken Recipe

    lizaBy lizaAugust 31, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Biriyani
    Chicken Biriyani
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ
    ୫୦୦ ଗ୍ରାମ ଚାଉଳ
    ୨ ଚାମଚ ଘିଅ
    ୧ କପ୍‌ ରିଫାଇନ୍‌ ତେଲ
    ୪ ଗୋଟି ପିଆଜ
    ୨ଟା ତେଜପତ୍ର
    ୪ଟା ଲବଙ୍ଗ,
    ୪ ଟା ଗୁଜୁରାତି
    ୧ ଗୋଟି ରସୁଣ
    ୧ ଇଞ୍ଚ ଅଦା
    ୨ ଖଣ୍ଡ ଜାଇତ୍ରି
    ଅଳ୍ପ ଜାଇଫଳ,
    ୧ ଚାମଚ ଜିରା
    ୧ ଚାମଚ ଧଳା ଗୋଲମରିଚ
    ୪ ଖଣ୍ଡ ଡାଲଚିନି
    ୬ଟା ଲାଲ ଲଙ୍କା,
    ଅଧାକପ୍‌ ଦୁଧ


    ପ୍ରଣାଳୀ– ପ୍ରଥମେ ଚାଉଳକୁ ଧୋଇକରି ଭାତ ରାନ୍ଧିଦିଅ । ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରିଦିଅ । କରେଇରେ ଅଧେ ତେଲ ଦେଇ ପିଆଜ, ବଟା ମସଲା ଓ ଚିକେନ୍‌ ଦେଇ ଭଲଭାବରେ କଷିଦେଇ ଅଳ୍ପ ପାଣିରେ ସିଝାଇ ଦିଅ । ଆଗରୁ ପିଆଜ ୨ଟା, ରସୁଣ, ଅଦା, ଲଙ୍କାକୁ ଚିକ୍କଣ କରି ବାଟିଦେଇଥିବ | ଜାଇତ୍ରି ଜାଇଫଳକୁ ଅଲଗା କରି ଚିକ୍କଣ କରି ବାଟି ଦେଇଥିବ । ଚିକେନ୍‌ ସିଝିଗଲେ ଅଳ୍ପ ଅଳ୍ପ ଝୋଳଥିବ ଓହ୍ଲାଇଦେବ । ସେହି ସମୟରେ ତରକାରିରେ ଡାଲଚିନି ପ୍ରଭୃତି ବଟାକୁ ପକାଇଦେବ । ଏକ କରେଇରେ ଘିଅ ପକାଇ ଜିରା ଏବଂ ଗୋଲମରିଚକୁ ଫୁଟାଇଦେବ । ସେଥିରେ ଜାଇଫଳ ବଟା ପକାଇ ଭାଜିଦେଇ ସଦୁ ତେଲ ପକାଇ ଦେଇ ପିଆଜକୁ ଲାଲକରି ଭାଜି କାଢ଼ିଦେବ । କପେ ଭାତ, ଅଳ୍ପ ହଳଦୀତେଲ ଭାଜି ଓହ୍ଲାଇ ରଖିବ ଅନ୍ୟ ତେଲକୁ ଭାତ ସାଙ୍ଗରେ ମିଶାଇଦେବ . | ସେଇ ଡେକ୍ଚିରେ କିଛି ଭାତ ଗୋଳାଇ ରଖିବ । ତା’ଉପରେ ଚିକେନ୍‌ କିଛି ପକାଇଦେବ । ଚିକେନ୍‌ ଉପରେ କିଛି ଭାତ ତା’ ଉପରେ ପିଆଜ ଭଜା କିଛି, ଏପରି ଭାବରେ ସବୁ ଭାତ ଓ ସବୁ ଚିକେନ୍‌ ସରିଗଲେ ଉପରକୁ ହଳଦାଭଜା ଭାତକୁ ରଖି, ମଝିରେ ଖଡ଼ିକା ପୁରାଇ ଦୁଧମିଶା ସହ ଜିରା ପ୍ରଭୃତି ଛିଞ୍ଚି ଛିଞ୍ଚି ଗରିଆଡ଼େ ଡେକଚିରେ ଢାଙ୍କୁଣୀ ବନ୍ଦକରି କମ୍‌ ନିଆଁରେ ୫ ମିନିଟ୍‌ ବସାଇଦେବ ।

    Chicken Biriyani Chicken Biriyani Recipe Chiken Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.