ସାମଗ୍ରୀ– ୫୦୦ ଗ୍ରାମ୍ ମାଂସ
୫୦୦ ଗ୍ରାମ ବାସନା ଚାଉଳ
୪ ଗୋଟି ପିଆଜ
୮ ପାଖୁଡ଼ା ରସୁଣ
୧ ଇଞ୍ଚ ଅଦା
୬ଟା ଲାଲ ଲଙ୍କା
୨ ଖଣ୍ଡ ଡାଲଚିନି
୪ ଗୋଟି ଲବଙ୍ଗ
୮ଟା ଗୋଲମରିଚ
୨ ଟା ତେଜପତ୍ର
ଅଳ୍ପ ଜାଇତ୍ର
ଅଧକପ୍ ରିଫାଇନ୍ ତେଲ
୪ ଚାମଚ ଘିଅ
୨ ଚାମଚ ଭେନିଗର |
ପ୍ରଣାଳୀ – ପ୍ରଥମେ ଦୁଇଟି ପିଆଜକୁ କାଟିଦେବ । ଅନ୍ୟ ଦୁଇଟି ପିଆଜ, ଲାଲ ଲଙ୍କାକୁ ଚିକ୍କଣ କରି ବାଟିଦିଅ । ପ୍ରେସର କୁକର୍ରେ ମାଂସ,ପିଆଜ କଟା ,ପିଆଜ ମସଲା ,ଭେନିଗର,ଲୁଣ ହଳଦୀ ପକାଇ ଅଳ୍ପ ତେଲରେ କଷ |କଷା ମସଲରୁ ଭଲ ବାସନା ଆସିଲେ ସେଥିରେ ଅଳ୍ପ ପାଣିଦେଇ ମାଂସ ସିଝାଇବ ।ମାଂସ ସିଝିଲେ ଓହ୍ଲାଇ ରଖିବ । ମାଂସ ଅଳ୍ପଟାଣ ରହିଲେ ଭଲହେବ । ଡେକ୍ଚିରେ ତେଲ ଗରମ କରି ଅନ୍ୟାନ୍ୟ ମସଲା, ଗୋଟା ଗୋଟା, କିମ୍ବା ଟିକେ ଅଧାଭଙ୍ଗା କରି ତେଲରେ ପକାଇବ । ଗଉଳ ଭଲଭାବେ ଭାଜି ହୋଇଗଲେ ସେଥିରେ ଚାଉଳର ଡବଲ ପାଣି ଦେଇ ଦେବ । ପ୍ରଥମେ ମାଂସର ଝୋଳକୁ ମାପି ନେଇ ଗଉଳରେ ଦେବ । ଡବଲ ପାଣିର ପରିମାଣ ପାଇଁ ଯେତିକି ଅଧିକା ପାଣି ଦରକାର ସେତିକିଦେବ । ଚାଉଳ ଅଧା ହୋଇ ଆସିଲେ ମାଂସ ଦେଇଦେବେ । ଚାଉଳରୁ ପାଣି ଶୁଖି ଆସିଲେ ଘିଅ ପକାଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଓହ୍ଲାଇବାର ୫ ମିନିଟ୍ ପରେ ପୁଣିଥରେ ଭଲଭାବେ ମିଶାମିଶି କରି ଓହ୍ଲାଇ ଦେବ ।