ପ୍ରସ୍ତୁତି ସାମଗ୍ରୀ –ଅଧା କିଲୋ ଚିକେନ୍
୧ ଗୋଟି ପିଆଜ
ଖଣ୍ଡିଏ ଛୋଟ ଅଦା
ତିନୋଟି ତେଜପତ୍ର
୨ଟି ଗୁଜୁରାତି
ଦୂଇ ଚାମଟ କର୍ନଫ୍ଲୋର
୧ ଗୋଟି ପିଆଜ
୧ ଚାମଚ ଗୋଲମରିଚ ଗୁଣ୍ଡ
୧ ଗୋଟି ରସୁଣ
୨ ଖଣ୍ଡ ଡାଲଚିନି
୧ ଚାମଚ ଲହୁଣୀ
ଦରକାର ଅନୁଯାୟୀ ଲୁଣ |
ପ୍ରଣାଳୀ ¬ ସର୍ବ ପ୍ରଥମେ ଚିକେନ୍ ସବୁତକ ୮ କପ୍ ପାଣିଦେଇ ଅଳ୍ପ ଜାଳରେ ବସାଇବେ । ସେଥିରେ ପିଆଜ, ରସୁଣ, ଅଦା, ତେଜପତ୍ର, ଡାଲଚିନି, ଗୁଜୁରାତି ବାଟିକରି ପକାଇଦେବେ । ଚିକେନ୍ ସିଝିଗଲେ କର୍ନଫ୍ଲୋର ପକାଇ ଆଉ ପାଞ୍ଚ ମିନିଟ୍ ଫୁଟାଇବେ । ପରସିବା ବେଳେ ଲୁଣ, ଗୋଲମରିଚ ଗୁଣ୍ଡ ଟମାଟ ସସ୍. ଲହୁଣୀ ପକାଇବେ | ଏହି ଜିନିଷ ସବୁବେଳେ ଗରମ ଗରମ ଖାଇବାକୁ ଦେବେ । ଚାହିଲେ ଆପଣ ସୁପ୍ରେ ଗାଜର ବିନ୍ସ ଛୋଟ ଛୋଟ କାଟି ସିଝାଇ ପକାଇ ପାରନ୍ତି ।