ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ ମାଂସର କଣ୍ଟା,
ଅଥବା ୨୫୦ ଗ୍ରାମ ଗୋଡ଼ର କଣ୍ଟା
୨ ଖଣ୍ଡ ଡାଲଚିନି
ଏକ ଚାମଚ ଲହୁଣୀ
୧ ଚାମଚ ଗୋଲମରିଚ ଗୁଣ୍ଡ
୩ଟି ଗୁଜୁରାତି୍
୨୫୦ ଗ୍ରାମ ଅମୃତ ଭଣ୍ଡା
୨ଟି ପିଆଜ
ଖଣ୍ଡିଏ ଛୋଟ ରସୁଣ
୪ଟି ତେଜ
୧ ଚାମଚ କର୍ନ ଫ୍ଲୋର୍
୨ ଚାମଚ ଟମାଟ ସସ୍ |
ପ୍ରଣାଳୀ – ସର୍ବ ପ୍ରଥମେ ଅମୃତ ଭଣ୍ଡା ଏବଂ ମାଂସକଣ୍ଟା ଗୁଡ଼ିକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ୮ କପ୍ ପାଣି ଦେଇ ସେଗୁଡ଼ିକୁ କମ୍ ଜାଳରେ ସିଝାଅ । ସେଥିରେ ଅଦା ପିଆଜ ଏବଂ ରସୁଣ ବାଟି ପକାଇ ଦିଅନ୍ତୁ | ତେଜପତ୍ର ଗୁଜରାତି, ଡାଲଚିନି ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ । ମାଂସ ସିଝିଗଲା ପରେ ସେଗୁଡ଼ିକୁ ଗରମଚରେ ଭଲରୁପେ ଚକଟି ଦିଅନ୍ତୁ ଯେପରି ଅମୃତଭଣ୍ଡା ଗୁଡ଼ିକ ସୁପ୍ରେ ମିଶିଯିବ । ଏହାପରେ
ଏକ ଗ୍ରାମଚ କର୍ନଫ୍ଲୋର ପକାଇ ପାଞ୍ଚ ମିନିଟ୍ ଫୁଟାନ୍ତୁ । ପରସିବା ବେଳେ ଟମାଟ ସସ୍ ଗୋଲମରିଚ ଗୁଣ୍ଡ ଏବଂ ଲହୁଣୀ ପକାଇବେ ।