ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା. ଛତୁ
୨୫୦ ଗ୍ରା. ଚିଙ୍ଗୁଡ଼ି
୨ କପ୍ ବସାଦହି
୨ ଚାମଚ ଚାଉଳ
୧ କପ୍ କଟା ପିଆଜ
୧ କପ୍ ତେଲ
୪ ଚାମଚ କଟା ଟମାଟୋ
ଗୁଆଘିଅ
୧ କପ୍ କଟା ଧନିଆପତ୍ର
୨ ଚାମଚ ଲେମ୍ବୁରସ
୨ ଚାମଚ କଟା ଟମାଟୋ,
ଚାମଚ ଅଦା-ରସୁଣ ବଟା
୨ ଚାମଚ ଗୁଣ୍ଡ ଲଙ୍କା
୧ ଚାମଚ ଗୁଣ୍ଡ ହଳଦି
୪ଟି ଲେଖାଏଁ ଗୋଟା ଲବଙ୍ଗ
ଡାଲଚିନି ଓ ଗୁଜୁରାତି
୪ଟି ତେଜପତ୍ର
୨ ଚାମଚ ଗରମମସଲା ଗୁଣ୍ଡ
ଏବଂ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଗରମ କରି କଟା ପିଆଜ ଭାଜିବେ | ସେଥିରେ ଧୂଆ ହୋଇଥିବା ଚିଙ୍ଗୁଡ଼ି ଓ ଛତୁକୁ ଭାଜି ପ୍ଲେଟକୁ କାଢ଼ି ରଖନ୍ତୁ । କଡେଇରେ ଘିଅ ଗରମ କରି ଗୋଟା ଲବଙ୍ଗ, ଡାଲଟିନି, ଗୁଜୁରାତି, ତେଢପତ୍ର ପକାଇ ଭାଜନ୍ତୁ । ବଟା ମସଲା ପେଷ୍ଟ ଦେଇ କଷନ୍ତୁ । ତା’ପରେ ଗୁଣ୍ଡ ହଳଦି, ଗୁଣ୍ଡ ଲଙ୍କା, ଲୁଣ, କଟା ଟମାଟୋ ଅଳ୍ପ ପକାଇ କଷନ୍ତୁ । ଏଥିର ଭଜା ଚିଙ୍ଗୁଡ଼ି ଓ ଛତୁକୁ ପକାଇ କିଛି ସମୟ ଗୋଳାନ୍ତୁ ଏବଂ ସାମାନ୍ୟ ପାଣି ଦେଇ ଢ଼ାଙ୍କୁଣୀ ବନ୍ଦ କରିଦିଅନ୍ତୁ । ଏବେ ଦହି, ଲେମ୍ବୁରସ,ଲୁଣ, ଧନିଆପତ୍ର ଓ ପ୍ରସ୍ତୁତ ହୋଇଥୁବା ରାଇସ୍କୁ ପକାଇ ଭଲଭାବରେ ଗୋଳାଇ ଉପରେ କଟା ଧନିଆପତ୍ର, ଗୁଆଘିଅ, ଗରମମସଲା ଦେଇ ଢ଼ାଙ୍କୁଣୀ ବନ୍ଦକରି ଧିମା ଆଞ୍ଚରେ ୫ ମିନିଟ୍ ବସାଇ ଓହ୍ଲାଇ ଆଣନ୍ତୁ । ଏହାକୁ ରାଇତା ସହ ପରିବେଷଣ କରନ୍ତୁ ।