ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ପୋଇ ଶାଗ
ଗୋଟେ଼ ବଡ ରୋହି ମାଛର ମୁଣ୍ଡ
୨ଟି ଆଳୁ
ଗୋଟିଏ ବାଇଗଣ
ଛୋଟ ଖଣ୍ଡେ ବୋଇତି କଖାରୁ
ଛୋଟ- ଖଣ୍ଡେ ମାଟିଆଳୁ
୨ଟି ପିଆଜ
୧ଟି ରସୁଣ
ଛୋଟ ଖଣ୍ଡେ ଅଦା
୪ଟି ଶୁଖିଲା ଲଙ୍କା
ଦେଢ଼ ଚାମଚ ଗରମ ମସଲା
ଆବଶ୍ୟକୀୟ ସୋରିଷ ତେଲ
୨ ଟି ଟମାଟୋ
ଦେଢ଼ ଚାମଚ ଚିନି
ସ୍ବାଦ ଅନୁଯାୟୀ ଲୁଣ
ପ୍ରସ୍ତୁତି ପ୍ରଣାଳୀ : ସମସ୍ତ ପରିବାକୁ ଧୋର ଛୋଟ ଛୋଟ ଖଣ୍ଡରେ କାଟନ୍ତୁ ଶାଗକୁ ଚୂନା ଚୂନା ଏବଂ ନାଡ଼ିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟନ୍ତୁ । ପିଆଜ, ରସୁଣ, ଅଦା ଓ ଛେଚି ରଖନ୍ତୁ । ମାଛମୁଣ୍ଡକୁ ଧୋଇ, ଲୁଣ, ହଳଦି ଗୋଳେଇ କଡ଼େଇରେ ତେଲ ହୋଇ ଆସିଲେ ଶାଗ, କଟାପରିବା, ଟମାଟୋ, ଲୁଣ ଓ ହଳଦି ପକେଇ ଢ଼ାଙ୍କି ଦିଅନ୍ତୁ ¡ ପରିବା ଅଧା ସିଝି ଆସିଲେ, ମାଛମୁଣ୍ଡ ପକେଇ ଖଡ଼ିକାରେ ଭାଙ୍ଗି ଭାଙ୍ଗି ପରିବା ସହିତ ମିଶେଇ ଦିଅନ୍ତୁ । ମାଛମୁଣ୍ଡ ସହିତ ପରିବାକୁ କିଛି ସମୟ ସତୁଳି ୩ କପ୍ ପାଣି ୫ ମିନିଟ୍ ଧିମା ଆଞ୍ଚରେ ଫୁଟେଇ ଗରମ ମସଲା ପକେଇ ଓହ୍ଲେଇ ଦିଅନ୍ତୁ ।