ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ଛୋଟଟିଙ୍ଗୁଡ଼ି
୧୫୦ ଗ୍ରା. ପୋଇ,
୧୦୦ ଗ୍ରା. କଖାରୁ
୫୦ ଗ୍ରା ବାଇଗଣ
୨ଟି ମୂଳା
୧୦୦ ଗ୍ରା. ଜହ୍ନି
୫୦ ଗ୍ରା. ସାରୁ
୧୦୦ ଗ୍ରା, ଆଳୁ
୨ ବଡ଼ଚାମଚ ବଟାସୋରିଷ
୧ ଛୋଟଚାମଚ ଲେଖାଏଁ ବଟାଅଦା
ବଟାରସୁଣ
ଗୁଣ୍ଡଲଙ୍କା
ଗୁଣ୍ଡହଳଦି
ଗୁଣ୍ଡଦିଆ ଓ ଫୁଟଣ
ଅଳ୍ପ କଟାଧନିଆପତ୍ର, ୨ଟି
ତେଜପତ୍ର
୩ ବଡ଼ଚାମଚ ସୋରିଷ ତେଲ
୧ଟି ବଡ଼ ପିଆଜ
୧ ଟି ବଡ଼ ଟମାଟୋ,
ସ୍ଵାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ଚିଙ୍ଗୁଡ଼ିରୁ ଚୋପା ଛଡାଇ ଧୋଇ ଲୁଣ ଓ ଗୁଣ୍ଡହଳଦି ଗୋଳାଇ ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା ଏବଂ ଟମାଟୋକୁ ଟୂନା ଚୂନା କରି କାଟି ରଖନ୍ତୁ । ପୋଇପତ୍ର ଓ ପୋଇଡଙ୍କଜୁ ଅଲଗା କରି କାଟି ଧୋଇ ରଖନ୍ତୁ । ପରିବାଗୁଡ଼ିକୁ ଛୋଟ ଛୋଟ ଚାରିକୋଣିଆ ଖଣ୍ଡ କରି କାଟି ରଖନ୍ତୁ | କଡ଼େଇରେ ତେଲ ଗରମ କରି ଫୁଟଣ ଓ ତେଜପତ୍ର ପକାନ୍ତୁ । କଟାପିଆଜ ଓ କଟାଟମାଟୋ ପକାଇ ଅନ୍ନ ସମୟ ଭାଜନ । ବଟାରସୁଣ, ଗୁଣ୍ଡଲଙ୍କା, ଗୁଣ୍ଡଧନିଆ, ଗୁଣ୍ଡହଳଦି ଓ ଅଳ୍ପ ପାଣିଦେଇ ମସଲାର ଶୁଖିତେଲ ଭପରକୁ ଉଠିବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଏଥରେ ଗୋଳାଇ ରଖିଥି ବା ଚିଙ୍ଗୁଡିକୁ ପକାର ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ। ପୂର୍ବରୁ କାଟି ରଖିଥିବା ସମସ୍ତ ପରିବା, ଲୁଣ ଓ ୧ କପ୍ ପାଣି ଦେଇ ଗୋଳାଇ ଢାଙ୍କୁଣୀ ଦେଇ ଘୋଡାଇ ଧିମା ଆଞ୍ଚରେ ପରିବା ଦରସିଝା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତା’ପରେ ପୋଇପିତ୍ର ଓ ବଟା ସୋରିଷ ପକାଇ ଗୋଳାଇ ଢାଙ୍କୁଣୀ ଘୋଡ଼ାଇ ପରିବା ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଢ଼ାଙ୍କୁଣୀ କାଢ଼ି କଟା ଧନିଆପତ୍ର ଉପରେ ପକାଇ ଖାଇବାକୁ ଦିଅନ୍ତୁ ।