ପ୍ରସ୍ତୁତି ସାମଗ୍ରୀ : ୧ କପ୍ ଛତୁ
୨୫୦ ଗ୍ରା. ଚିକେନ୍
୧ କପ୍ କଟା ପିଆଜ
୪ ଚାମଚ ଅଦା-ରସୁଣର ବଟା
୨ ଚାମଚ କଟା ଟମାଟୋ
୧ ଚାମଚ ଗୁଣ୍ଡଲଙ୍କା
ଅଧା ଚାମଚ ଗୁଣ୍ଡହଳଦି
୧ ଚାମଚ ଗୁଣ୍ଡଧନିଆ
୧ ଚାମଚ ଗରମମସଲା
ଗୁଣ୍ଡ। ୧ ଚାମଚ କଟା ଧନିଆପତ୍ର
ଆବଶ୍ୟକ ଅନୁସାରେ ତେଲ
ଓ ସ୍ଵାଦ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଦୁଇଫାଳ କରି କାଟି ଅଛ ଉଷୁମ ପାଣିରେ ରଖି ବାହାର କରିଦିଅନ୍ତୁ । ତା’ପରେ ଚିକେନ୍କୁ ଧୋଇ ସେଥିରେ ଲୁଣ ଓ ଗୁଣ୍ଡହଳଦୀ ପକାଇ ୧୫ ମିନିଟ୍ ପାଇଁ ସିଝାଇ ରଖନ୍ତୁ । ଏହାପରେ କଢ଼େଇରେ ତେଲ ଗରମ କରି କଟା ପିଆଜ ଓ ସମସ୍ତ ମସଲା ମିଶାଇ ଭଲଭାବେ କଷନ୍ତୁ । ମସଲା କଷାରୁ ତେଲ ବାହାରକୁ ଦେଖାଯିବା ପରେ ଚିକେନ୍ ସିଝାକୁ ପକାଇ ଅଳ୍ପ ସମୟ ପାଇଁ ପୁନର୍ବାର କଷନ୍ତୁ । ଭଲଭାବେ କଷି ହୋଇ ଆସିଲେ ସେଥିରେ କଟା ଛତୁକୁ ୫ ମିନିଟ୍ ବସାନ୍ତୁ । ପରେ ଚିକେନ୍ ମସ୍ରୁମ୍କୁ ଓହ୍ଲାର ଗରମ ମସଲା ଗୁଣ୍ଡ ଓ କଟା ଧନିଆପତ୍ର ମିଶାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରଷନ୍ତୁ ।