ପ୍ରସ୍ତୁତି ସାମଗ୍ରୀ : ୨ କପ୍ ଗୁଣ୍ଡ ଛତୁ, ୪ ଟି ଅଣ୍ଡା, ୨ ଚାମଚ କଟା ପିଆଜ, ଅଧା ଚାମଚ ଲେଖାଏଁ କଟା ଅଦା, କଟା କଞ୍ଚାଲଙ୍କା ଓ ଗୁଣ୍ଡ ହଳଦି, ୧ ଚାମଚ ଜଟା ଧନିଆପତ୍ର, ଦରକାର ମୁତାବକ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ :ଅଣ୍ଡାରେ ଲୁଣ ଓ ହଳଦି ଦେଇ ଭଲଭାବେ ଫେଣ୍ଟି ରଖନ୍ତୁ । ପ୍ୟାନ୍ ଗରମକରି ପିଆଜ, ଅଦା, ରସୁଣ ଓ ଅନ୍ୟାନ୍ୟ ମସଲା ପକାଇ ମସ୍ରୁମ୍ ସହିତ କଷନ୍ତୁ । ମସଲା କଷି ହେବା ପରେ ସେଥିରେ ଧନିଆପତ୍ର ପକାଇ କଷାକୁ ଓହ୍ଲାଇ ଦିଅନ୍ତୁ । ତା’ପରେ ପ୍ୟାନ୍ରେ ଅଳ୍ପ ତେଲ ଦେଇ ଫେଣ୍ଟା ଅଣ୍ଡା ଗୋଳାରୁ ଅଳ୍ପ ଦେଇ ଗୋଲାକାର କରନ୍ତୁ । ମଝିରେ ଛତୁ ମସଲା କଷାକୁ ରଖି ପୁନର୍ବାର ଆଉ ଅଧିକ ଅଣ୍ଡା ଗୋଳାକୁ ଢ଼ାଳି ଆମ୍ଲେଟ୍କୁ ଓଲଟାଇ ଦିଅନ୍ତୁ । ଏହାକୁ ସସ୍ ସହିତ ଗରମ ଗରମ ପରଷନ୍ତୁ ।