ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରା. ମାଂସ
୫୦୦ ଗ୍ରା. ବନ୍ଧାକୋବି
୧ଟି ଆଳୁ
୧ଟି ବଡ଼ ପିଆଜ
୧ଟି ବଡ଼ ରସୁଣ
ଖଣ୍ଡେ ଅଦା
୧ ଛୋଟଚାମଚ ପୋସ୍ତ
୧ ଛୋଟଚାମଚ ଗୁଣ୍ଡଧନିଆ
୧ଟି ତେଜପତ୍ର
୪ଟି ଶୁଖିଲାଲଙ୍କା
୧୦୦ ଗ୍ରା. ତେଲ
୨ ଚାମଚ ଘିଅ
୧ ଛୋଟଚାମଚ ଗରମ ମସଲା
ଅଳ୍ପ ଜିରା
ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦୀ
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଦା, ଲଙ୍କା, ଜିରା, ଧନିଆ ଓ ପୋସ୍ତ ମିଶାଇ ମସଲା ବାଟି ଅଲଗା ରଖନ୍ତୁ । ବନ୍ଧାକୋବିକୁ ଚୂନା ଚୂନା ଓ ଆଳୁକୁ ଛୋଟ ଛୋଟକରି କାଟି ରଖନ୍ତୁ । ଏହାପରେ କଡ଼େଇରେ ତେଲ ଗରମକରି କଟାପିଆଜ, କଟାରସୁଣ ପକାଇ ଅଳ୍ପ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ସମସ୍ତ ବଟାମସଲା, ମାଂସ, ଲୁଣ ଓ ହଳଦି ଦେଇ କଷନ୍ତୁ । ଏହା ଅଳ୍ପ ନରମ ହୋଇ ଆସିବା ବେଳକୁ କଟାବନ୍ଧାକୋବିକୁ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଏଥିରେ ଅଧକ ପାଣି ଦିଅନ୍ତୁ ନାହିଁ । ଧିମା ଆଞ୍ଚରେ ଓ କୋବି ସିଝି ଆସିବା ବେଳକୁ ଆଉ ଏକ କଡ଼େଇରେ ଘିଅ ଗରମ କରି ଜିରା, ଫୁଟାଇ ଗରମ ମସଲା ଦେଇ ଛୁଙ୍କ କରି ମାଂସ ଓ କୋବିରେ ଢ଼ାଳି ଦିଅନ୍ତୁ ଜୁକିଜୁକୁଆ ଅବସ୍ଥାରେ ବନ୍ଧାକୋବି- ମାଂସ ଓହ୍ଲାଇ ଗରମ ଗରମ ପରଷନ୍ତୁ ।