ପ୍ରସ୍ତୁତି ସାମଗ୍ରୀ : ୨ କପ୍ ଧୁଆ ଓ କଟା ହୋଇଥିବା ଛତୁ
୧ କପ୍ କଟା ପିଆଜ
୪ ଚାମଚ ଟମାଟୋ ପ୍ୟୁରୀ
୧ ଚାମଚ ଗରମ ମସଲା
୧ ଚାମଚ ଅଦା-ରସୁଣ ପେଷ୍ଟ
୧ ଚାମଚ ଫ୍ରେଶ୍ କ୍ରିମ୍
୨ ଚାମଚ ଦେଶୀ ଘିଅ
ଅଧା ଚାମଚ ଗୁଣ୍ଡ ଗୋଲମରିଚ
ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଘିଅ ଗରମକରି ସେଥିରେ କଟା ପିଆଜ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଅଦା-ରସୁଣ ପେଷ୍ଟ ଦେଇ କଷନ୍ତୁ | କଷିଲା ପରେ ସେଥିରେ ଟମାଟୋ ପ୍ୟୁରୀ ଦେଇ ଗୋଳାନ୍ତୁ ଏବଂ କିଛି ସମୟ ପରେ ଛତୁ ମିଶାନ୍ତୁ¡ ଆଉ କିଛି ସମୟ ପରେ ଅଧା କପ୍ ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୂଟାନ୍ତୁ |ତା’ପରେ ଫ୍ରେଶ୍ କ୍ରିମ୍ ଏବଂ ୧ ମିନିଟ୍ ୧୬୭ ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ ଫୁଟାନ୍ତୁ । ଏଥର ତଳକୁ ଓହ୍ଲାଇ ଉପରେ ଗୁଣ୍ଡ ଗୋଲମରିଚ ଓ ଧନିଆପତ୍ରରେ ସଜାଇ ଗରମ ଗରମ ପରିବେଷଣ କରନ୍ତୁ ।