ପ୍ରସ୍ତୁତି ସାମଗ୍ରୀ : ୫ କପ୍ କଟା ପାଳଙ୍ଗ
୧୦୦ ଗ୍ରା ସିଝା ବଟନ୍ ମସରୁମ୍
୧୫ଟି କଞ୍ଚାଲକା
୧ କପ୍ କଟା ଧନିଆପତ୍ର
୧ ଚାମଚ ଅଦା-ରସୁଣ ବଟା
୧ କପ୍ କଟା ପିଆଜ
୧ ଚାମଚ ଗୁଣ୍ଡ ଧନିଆ
୧ ଚାମଚ ଚିନି,
୧/୪ ଚାମଚ ଆଜିନାମଟୋ
୧ ଚାମଚ କ୍ରିମ୍
୧ ଚାମଚ ବଟର
୨ ଚାମଚ ସିଝା ଗ୍ରୀନ୍ ମଟର
ସ୍ବାଦ ଅନୁଯାୟୀ. ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପାଳଙ୍ଗକୁ ସିଝାଇ ଥଣ୍ଡାକରି ପେଷ୍ଟ ବନାନ୍ତୁ ଗୋଟିଏ ପ୍ୟାନ୍ରେ ତେଲ ଗରମ କରି ସେଥିରେ ପ୍ରସ୍ତୁତ ପିଆଜ ଓ ଲଙ୍କାର ପେଷ୍ଟକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ କଷନ୍ତୁ । ସେଥିରେ ଅଦା-ରସୁଣ ପେଷ୍ଟ ଦେଇ କଷିବା ପରେ ପାଳଙ୍ଗ ପେଷ୍ଟ ଦେଇ ୩ ମିନିଟ୍ ପର୍ଯ୍ୟନ୍ତ ରାନ୍ଧିବେ । ତାଂପରେ ସେଥିରେ ସିଝା ଛତୁ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ରାନ୍ଧିବେ । ଶେଷରେ ବାଉଲ୍କୁ କାଢ଼ି କ୍ରିମ୍ ଓ ବଟର ଦେଇ ଉପରେ କଟା ଧନିଆପତ୍ର ଦେଇ ଗରମ ଗରମ ପରିବେଷଣ କରନ୍ତୁ ।