ପ୍ରସ୍ତୁତି ସାମଗ୍ରୀ :
୪ ଖଣ୍ଡ ବ୍ରେଡ
୧ କପ୍ କଟାଛତୁ
୨ ଟି ସିଝାଆଳୁ,
୨ ଚାମଚ ଅଦା-ପିଆଜ ଓ ରସୁଣର ବଟା
୧ ଟା ଟମାଟୋ
୧ଟି କଟା ପିଆଜ,
୧ ଚାମଚ ଗୁଣ୍ଡ ଲଙ୍କା
ଅଧା ଚାମଚ ଗରମମସରା ଗୁଣ୍ଡ
ଆବଶ୍ୟକତାନୂଯାୟୀ ତେଲ କିମ୍ବା ଘିଅ
ଏବଂ ଅଳ୍ପ କଅଁଳିଆ ବନ୍ଧାକୋବି ପତ୍ର
ଓ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଅଳ୍ପ ଉଷୁମ ମାଣିରେ ବୁଡାଇ ଉଠାଇ ଦିଅନ୍ତୁ! ଗରମ କରି ତେଲ ଦେଇ ଅଦା, ରସୁଣ ଓ ପିଆଜ ବଟା ପକାଇ କିଛି ସମୟ କଷନ୍ତୁ |ସିଝା ଆଳୁରେ ଲୁଣ ଦେଇ ଚକଟି ସେହି ମସଲା କଷାରେ ମିଶାଇ ଦିଅନ୍ତୁ। ଏହାପରେ ବ୍ରେଡ଼୍ ଖଣ୍ଡକୁ ୩ କୋଣିଆ କାଟି ତେଲ କିମ୍ବା ଘିଅ ଦେଗ ଭାଜି ରଖନ୍ତୁ ।ସେହି ଭଜା ବ୍ରେଡ୍ ଉପରେ ଆଳୁ କଷା,କଟା ପିଆଜ କଟା ଛତୁ ରଖି ତାୱାରେ କିଛି ସମୟ ପାଇଁ ଗରମ କରନ୍ତୁ |ତା ପରେ ଏହାକୁ ଓହ୍ଲାଇ ବ୍ରେଡ୍ ଖଣ୍ଡ ମସଲା ସହିତ କଟା ପିଆଜ,କଟା ଟମାଟୋ ଓ କଟା କାକୁଡି ଦେଇ ଗରମ ଗରମ ସସ୍ ସହିତ ପରଷନ୍ତୁ |