Share Facebook Twitter LinkedIn Pinterest Email Mandira dalma ସାମଗ୍ରୀ: ମୁଗଡାଲି-୧/୨ କପ୍ ହରଡ ଡାଲି-୧/୨ କପ୍ ବୁଟଡାଲି-୧/୨ କପ୍ ଗଜାମୁଗ-୧/୩ କପ୍ ନାଲିଚନା-୧/୩ କପ୍ ନଡିଆ କୋରା-୧ କପ୍ ଲୁଣ-ସ୍ୱାଦାନୁସାରେ ହଳଦି- ୧ ପୂରା ଚାମଚ ଜିରା-୧ ଚାମଚ ଲଙ୍କା- ୪-୫ ଟି ଫୁଟଣ-୧ ଚାମଚ କଖାରୁ(ବଡ କଟା) -୧ କପ୍ କଦଳୀ (ବଡ କଟା )-୧କପ୍ ମାଟିଆଳୁ (ବଡ କଟା )-୧ କପ୍ କଟା ଆଳୁ -ଟିରେ ଓଉ (ବା) ଟମାଟୋ କଟା -୧ କପ୍ ବାଇଗଣ (ବଡ କଟା) -୨ ଟି ତେଜପତ୍ର-୨ଟି ଅଦା ଛେଚା-୧ ଟେବୁଲ୍-ଚାମଚ ଜିରା-ଲଙ୍କା ଗୁଣ୍ଡ-୧ ଚାମଚ ହେଙ୍ଗୁ-୧ ଚାମଚ ତେଲ-୧୦୦ ମିଲି ପ୍ରଣାଳୀ: ବଡ ଡେକ୍ଚିରେ ଡାଲି ଧୋକା ୩ ପ୍ରକାର ଡାଲି, ପରିବା ,ଲୁଣ,ହଳଦି ,ତେଜପତ୍ର ଓ ପାଣି ଦେଇ ସିଝାଇ ରଖନ୍ତୁ ( ସିଝିଯିବ ;କିନ୍ତୁ ପରିବା, ଖଣ୍ଡ ଖଣ୍ଡ ଥିବ ) | ଏଥର ଆଉ ଏକ କରେଇରେ ତେଲ ଗରମ କରି ହେଙ୍ଗୁ ପକାନ୍ତୁ | ତେଜପତ୍ର,ଶୁଖିଲା ଲଙ୍କା ,ରିଜା ଓ ଫୁଟଣ ଫୁଟାନ୍ତୁ | ଏଥର ଅଦା ଛେଚା ପକାଇ ୭-୧୦ ମିନିଟ୍ ଭାଜନ୍ତୁ | ଗଜାମୁଗ ଓ ବୁଟ ପକାଇ ଆଉ ୩-୪ ମିନିଟ୍ ଭାଜି ସିଝା ଡାଲି ଓ ପରିବା ମିଶାନ୍ତୁ | ଫୁଟିଗଲେ ଉପରୁ ଜିରା-ଲଙ୍କା ଗୁଣ୍ଡ ଓ ନଡିଆ କୋରା ପକାଇ ଘୋଡାଇଦିଅନ୍ତୁ | ୧୦ ମିନିଟ୍ କମ୍ ଆଞ୍ଚରେ ରଖି ତାପରେ ଖୋଲି ବାଢନ୍ତୁ | New Odia Recipe Odia Recipe