ସାମଗ୍ରୀ :
-
- ପାଳଛତୁ – ୫୦୦ ଗ୍ରାମ୍
- ସୋରିଷ – ୨ ଚାମଚ
- ଜିରା – ୧/୨ ଚାମଚ
- କଞ୍ଚା ଲଙ୍କା – ୩ ରୁ ୪ଟି
- ରସୁଣ – ୮ରୁ ୧୦ କୋଲା
- ସୋରିଷ ତେଲ – ୩ ଟେବୁଲ୍-ଚାମଚ
- ହଳଦି – ୧ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- ତେନ୍ତୁଳି ମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ
-
ପ୍ରଣାଳୀ-
ଛତୁକୁ ବାଛି ସଫା କରି ଧୋଇ ଚିପୁଡ଼ି ହଳଦି-ଲୁଣ ଗୋଳାଇ ତେଲ ଦେଇ ନନ୍ଷ୍ଟିକ ରେ ଗନ୍ଧ ଯିବା ଯାଏଁ ଭାଜିଦେଇ କାଢ଼ି ରଖନ୍ତୁ । ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ । ଫୁଟିଗଲେ ସୋରିଷ, ରସୁଣ, ଜିରା-ଲଙ୍କାର ପାଲିସ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ । ଆଉଟିକେ ହଳଦି ପକାଇ ଗୋଳାନ୍ତୁ । ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡ଼ାଇ ବସାନ୍ତୁ । ୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳି ମଣ୍ଡ ମିଶାନ୍ତୁ । ପୁଣିଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରସନ୍ତୁ ।
- ପାଳଛତୁ – ୫୦୦ ଗ୍ରାମ୍