Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଛୋଲେ
    Odia Recipe

    ଛୋଲେ

    Suchitra PBy Suchitra PFebruary 22, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    chhole-masala
    chhole-masala
    Share
    Facebook Twitter LinkedIn Pinterest Email
    chhole-masala
    chhole-masala

    ସାମଗ୍ରୀ :

    • କାବୁଲି ଚଣା – ୧ କପ୍
    • ଟି ବ୍ୟାଗ – ୧ଟି
    • ଲୁଣ – ୧ ଚାମଚ
    • ହଳଦି – ୧ /୨ଚାମଚ
    • ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ
    • ଧଣିଆ ଗୁଣ୍ଡ – ୧ ଚାମଚ
    • ଗରମ ମସଲା ଗୁଣ୍ଡ – ୧ /୨ ଚାମଚ
    • ଛୋଲେ ମସଲ – ୧ ଚାମଚ
    • କଟା ପିଆଜ – ୧ଟି (ବଡ଼)
    • ଟମାଟୋ ପ୍ୟୁରୀ – ୨ଟି
    • ରିଫାଇନ୍ ତେଲ – ୧ ଟେବୁଲ ଚାମଚ
    • ଅଦା ବଟା – ୧ ଚା’ ଚାମଚ
    • ରସୁଣ ବଟା – ୧ ଚା’ ଚାମଚ
    • ଚିନି – ୧ /୨ ଚା’ ଚାମଚ
    • କସ୍ତୁରୀ ମେଥି – ୧ଟେବୁଲ ଚାମଚ
    • ତେଜପତ୍ର – ୨ଟି
    • ପ୍ରଣାଳୀ :

      • କାବୁଲି ଚଣାକୁ ୬ରୁ ୮ ଘଣ୍ଟା ବଢୁରାଇ ରଖନ୍ତୁ ।
      • ପ୍ରେସର କୁକରରେ ଚଣା, ୨ କପ୍ ପାଣି, ଲୁଣ, ଟି ବ୍ୟାଗ, ତେଜପତ୍ର ୨ଟି ଦେଇ ମଧମ ଆଞ୍ଚରେ ୨ଟି ହିସିଲ୍ ମାରି କାଢ଼ି ରଖନ୍ତୁ ।
      • ଟି ବ୍ୟାଗଟିକୁ କାଢ଼ି ପକାଇଦିଅନ୍ତୁ । ଚଣାକୁ ଏହି ପାଣିରୁ କାଢ଼ି ରଖନ୍ତୁ ।
      • ପ୍ୟାନ୍ ରେ ତେଲ ଗରମ କରି ଜିରା ଟିକେ ଫୁଟାନ୍ତୁ । ଅଦା-ରସୁଣ ବଟା ପକାଇ ଗନ୍ଧ ଯିବା ଯାଏଁ କଷନ୍ତୁ ।
      • ତା’ପରେ କଟା ପିଆଜ ପକାଇ ଆବଶ୍ୟକ ଲୁଣ ଦେଇ ମସଲା କଷନ୍ତୁ । ପିଆଜ ନରମ ହୋଇଁ ମିଶିଗଲେ ଟମାଟୋ ପ୍ୟୁରୀ, ଚିନି, ହଳଦି, ଲଙ୍କାଗୁଣ୍ଡ ପକାଇ ଟମାଟୋ ମସଲାରେ କଷି ହୋଇ ତେଲ ଛାଡ଼ିବା ଯାଏଁ କଷନ୍ତୁ ।
      • ଏଥର ଛୋଲେ ପକାନ୍ତୁ । କସ୍ତୁରୀ ମେଥି, ଛୋଲେ ମସଲା ଦେଇ ଆବଶ୍ୟକ ପାଣି (୧ କପ) ଦିଅନ୍ତୁ । ଘୋଡ଼ାଇ ୬ରୁ ୭ ମିନିଟ୍ ରାନ୍ଧନ୍ତୁ ।
      • ଢାଙ୍କୁଣୀ ଖୋଲି ଗରମ ମସଲା ଗୁଣ୍ଡ ଛିଞ୍ଚନ୍ତୁ । ଝୋଳ ମରି ବହଳିଆ ହେଲେ ସର୍ଭିଙ୍ଗ ପ୍ଲେଟ୍‌କୁ କାଢ଼ି ଉପରେ କଟା ଧଣିଆପତ୍ର, ପୋଦିନା ପତ୍ର ଓ ପିଆଜ ସଜାଇ ‘ବଟୁରେ’, ‘ ପୁରୀ’, ‘ ପରଟା’ ସହ ପରସନ୍ତୁ  ।
    chhole masala Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.