Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ପିଆଜି
    Breakfast

    ପିଆଜି

    Suchitra PBy Suchitra PFebruary 14, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Piaji
    Piaji
    Share
    Facebook Twitter LinkedIn Pinterest Email
    Piaji
    Piaji

    ସାମଗ୍ରୀ :

    • ପିଆଜ – ୨ଟି ( ବଡ )
    • ବେସନ – ୧ କପ
    • ଅଦା – ୧/୨ ଇଞ୍ଚ
    • କଞ୍ଚା ଲଙ୍କା – ୨ ଟି
    • ଜୁଆଣି – ୧/୪ ଚା’ ଚାମଚ
    • ବେକିଙ୍ଗ ସୋଡ଼ା – ୧/୪ ଚା’ ଚାମଚ
    • ଚାଟ ମସଲା – ୧ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧/୪ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ରିଫାଇନ ତେଲ – ଛାଣିବା ପାଇଁ

    ପ୍ରଣାଳୀ-

    • ପ୍ରଥମେ ପିଆଜକୁ ସରୁ ସରୁ ଲମ୍ବା ଖଣ୍ଡ କରି କାଟନ୍ତୁ । ଲଙ୍କାକୁ ଛୋଟ ଛୋଟ କରି କାଟନ୍ତୁ । ଅଦାକୁ ଛେଚି ରଖନ୍ତୁ ।
    • ଏବେ ଗୋଟିଏ ପାତ୍ରରେ ବେସନକୁ ନେଇ ସେଥିରେ ପିଆଜ, ଅଦା,ଲଙ୍କା, ଜୁଆଣି, ବେକିଙ୍ଗ ସୋଡ଼ା, ଚାଟ ମସଲା, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲଭାବରେ ମିଶାନ୍ତୁ ।
    • ଏବେ ଅଳ୍ପ ପାଣି ମିଶାଇ ଚକଟନ୍ତୁ । ପେଷ୍ଟ ଯେମିତି ବହଳିଆ ଓ ଟିକିଏ ଟାଣ ରହିବ ସେହି ପରିମାଣରେ ପାଣି ଦେବେ ।
    • ଏବେ କରେଇ ରେ ତେଲ ଦେଇ ଗରମ କରନ୍ତୁ । ଗରମ ତେଲ ରେ ମିଶ୍ରଣ ରୁ ଅଳ୍ପ ପକାଇ ଦେଖନ୍ତୁ । ଯଦି ଏହା ଭାସି ଉଠେ ତାହାଲେ ତେଲ ଠିକ ଗରମ ହୋଇଛି ।
    • ଏବେ ହାତରେ ବେସନ ମିଶ୍ରଣ କୁ ନେଇ ୩-୪ ଟି ପିଆଜି ଆକାରରେ ପକାନ୍ତୁ । ବେଶୀ ଆଞ୍ଚ ରେ ଭାଜନ୍ତୁ ।
    • ଗୋଟିଏ ପାଖ ହେଲା ପରେ ତାକୁ ଓଲଟାଇ ଭାଜନ୍ତୁ । ପିଆଜି ଟିକିଏ ଲାଲ କରି ଭାଜି କାଢ଼ନ୍ତୁ ।
    • ଏବେ ଗରମ ଗରମ ପିଆଜିକୁ ଚଟଣି ସହ ପରସନ୍ତୁ ।
    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.