
ସାମଗ୍ରୀ :
- ଆଳୁ – ୨ ଟି (ସିଝା )
- ପନିର – ୭୫ ଗ୍ରାମ (ଚାରିକଣିଆ କରି କଟା )
- ସୋରିଷ – ୧ ଟେବୁଲ ଚାମଚ
- ରସୁଣ – ୧ ଟେବୁଲ ଚାମଚ
- କଞ୍ଚା ଲଙ୍କା – ୩ ଟି (କଟା)
- ହଳଦୀ – ୧ ଛୋଟ ଚାମଚ
- ମେଥି ପତ୍ର (ଶୁଖିଲା) – ୧ ଟେବୁଲ ଚାମଚ
- ଟମାଟୋ – ( ଛୋଟ କଟା )
- ତେଲ – ୩ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ପ୍ରଥମେ ସୋରିଷ , ରସୁଣ , କଞ୍ଚା ଲଙ୍କା କୁ ବାଟି ପେଷ୍ଟ ପ୍ରସ୍ତୁତ ।
- କଡେଇ ରେ ତେଲ(2 ଟେବୁଲ ଚାମଚ) ନେଇ ଗରମ କରନ୍ତୁ ଓ ସେଥିରେ କଟା ହୋଇଥିବା ପନିର ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ ।
- ପନିର କୁ କଡେ଼ଇରୁ ବାହାର କରି ଆଉ୧ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ । ଗରମ ହୋଇଗଲେ ବଟା ହୋଇଥିବା ପେଷ୍ଟ ଓ ମେଥି ପତ୍ର ପକାଇ କସନ୍ତୁ ।
- ୧ ମିନିଟ କଷିଲା ପରେ ହଳଦୀ, ଲୁଣ, କଟା ସିଝା ଆଳୁ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ ।
- କଟା ଟମାଟୋ ସହ ୧ କପ ପାଣି ପକାଇ ୪-୫ ମିନିଟ ଯାଏ ଘୋଡାଇ ଦିଅନ୍ତୁ ମସଲା ଭଲ ଭାବେ ହୋଇଗଲେ ସେଥିରେ ଭଜା ପନିର ପକାଇ ଆଉ ୧ କପ ପାଣି ଦେଇ ଗୋଳାଇ ଦିଅନ୍ତୁ ଓ ୫-୭ ମିନିଟ ମାଧ୍ୟମ ଆଞ୍ଚରେ ରଖନ୍ତୁ ।
- ଅଳ୍ପ ଝୋଳ ରଖି ଭାତ କିମ୍ବା ରୋଟୀ ସହ ପରସନ୍ତୁ ।