Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଆଳୁ ପନିର ମସଲା/Patato Paneer Masala
    Odia Curry Recipe

    ଆଳୁ ପନିର ମସଲା/Patato Paneer Masala

    Suchitra PBy Suchitra PJanuary 31, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    aloo-paneer-recipe
    aloo-paneer-recipe
    Share
    Facebook Twitter LinkedIn Pinterest Email
    aloo-paneer-recipe
    aloo-paneer-recipe

    ସାମଗ୍ରୀ :

    • ଆଳୁ – ୨ ଟି (ସିଝା )
    • ପନିର – ୭୫ ଗ୍ରାମ (ଚାରିକଣିଆ କରି କଟା )
    • ସୋରିଷ – ୧ ଟେବୁଲ ଚାମଚ
    • ରସୁଣ – ୧ ଟେବୁଲ ଚାମଚ
    • କଞ୍ଚା ଲଙ୍କା – ୩ ଟି (କଟା)
    • ହଳଦୀ – ୧ ଛୋଟ ଚାମଚ
    • ମେଥି ପତ୍ର (ଶୁଖିଲା) – ୧ ଟେବୁଲ ଚାମଚ
    • ଟମାଟୋ – ( ଛୋଟ କଟା )
    • ତେଲ – ୩ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ସୋରିଷ , ରସୁଣ , କଞ୍ଚା ଲଙ୍କା କୁ ବାଟି ପେଷ୍ଟ ପ୍ରସ୍ତୁତ ।
    • କଡେଇ ରେ ତେଲ(2 ଟେବୁଲ ଚାମଚ) ନେଇ ଗରମ କରନ୍ତୁ ଓ ସେଥିରେ କଟା ହୋଇଥିବା ପନିର ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ ।
    • ପନିର କୁ କଡେ଼ଇରୁ ବାହାର କରି ଆଉ୧ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ । ଗରମ ହୋଇଗଲେ ବଟା ହୋଇଥିବା ପେଷ୍ଟ ଓ ମେଥି ପତ୍ର ପକାଇ କସନ୍ତୁ ।
    • ୧ ମିନିଟ କଷିଲା ପରେ ହଳଦୀ, ଲୁଣ, କଟା ସିଝା ଆଳୁ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ ।
    • କଟା ଟମାଟୋ ସହ ୧ କପ ପାଣି ପକାଇ ୪-୫ ମିନିଟ ଯାଏ ଘୋଡାଇ ଦିଅନ୍ତୁ ମସଲା ଭଲ ଭାବେ ହୋଇଗଲେ ସେଥିରେ ଭଜା ପନିର ପକାଇ ଆଉ ୧ କପ ପାଣି ଦେଇ ଗୋଳାଇ ଦିଅନ୍ତୁ ଓ ୫-୭ ମିନିଟ ମାଧ୍ୟମ ଆଞ୍ଚରେ ରଖନ୍ତୁ ।
    • ଅଳ୍ପ ଝୋଳ ରଖି ଭାତ କିମ୍ବା ରୋଟୀ ସହ ପରସନ୍ତୁ ।
    Odia Recipe Paneer Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.