Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଚିଲି ପନିର/Chili Paneer
    Odia Curry Recipe

    ଚିଲି ପନିର/Chili Paneer

    Suchitra PBy Suchitra PJanuary 4, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Chili Paneer
    Chili Paneer
    Share
    Facebook Twitter LinkedIn Pinterest Email
    Chili Paneer
    Chili Paneer

    ସାମଗ୍ରୀ :

    • କଟା ପନିର – ୨୫୦ ଗ୍ରାମ୍
    • କଟା ପିଆଜ – ୧ଟା {ବଡ଼}
    • କାପ୍ସିକମ୍ {ସିମଲା ଲଙ୍କା} -୧ଟା {ବଡ଼}
    • ରସୁଣ – ୮ କୋଲା {ଛୋଟ ଛୋଟ ଭାବରେ କାଟି ରଖନ୍ତୁ}
    • ଅଦା – ୧ ଇଞ୍ଚ {ଛୋଟ ଛୋଟ ଭାବରେ କାଟି ରଖନ୍ତୁ}
    • କଞ୍ଚା ଲଙ୍କା – ୨ ରୁ ୩ଟି {ଲମ୍ବ ଭାବରେ କାଟି ରଖନ୍ତୁ}
    • ଲୁଣ – ସ୍ୱାଦ ଅନୁସାରେ
    • ଟମାଟୋ ସସ୍ – ୨ ଟେବୁଲ୍ ଚାମଚ
    • ଚିଲି ସସ୍ – ୨ ଟେବୁଲ୍ ଚାମଚ
    • ସୋୟା ସସ୍ – ୧ ଟେବୁଲ୍ ଚାମଚ
    • ତେଲ – ୪ ଟେବୁଲ୍ ଚାମଚ
    • ସଜାଇବା ପାଇଁ – ଧନିଆ ପତ୍ର

    ପ୍ରଣାଳୀ-

    ପ୍ରଥମେ ଏକ ପ୍ୟାନ ରେ ତେଲ ଗରମ କରି ପନିରକୁ ବାଦାମୀ ରଙ୍ଗ ହେବ ଯାଏ ଭଲଭାବରେ ଭାଜନ୍ତୁ । ଆଉ ଏକ ପ୍ୟାନରେ ୨ ଟେବୁଲ୍ ଚାମଚ ନେଇ ରସୁଣ, ଅଦା ଓ କଞ୍ଚା ଲଙ୍କାକୁ ଭଲ ଭାବରେ ୧ ରୁ ୨ ମିନିଟ୍ ଯାଏ ଭାଜନ୍ତୁ । ଏହାପରେ ପିଆଜ, କାପ୍ସିକମ୍, ଲୁଣ ଓ ସମସ୍ତ ସସ୍ ପକାଇ ୨ ରୁ ୩ ମିନିଟ୍ ଯାଏ ରାନ୍ଧନ୍ତୁ । ଏହାପରେ ଭଜା ହୋଇଥିବା ପନିର କୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପରେ ଏହାକୁ ଏକ ପାତ୍ରକୁ କାଢି ଧନିଆ ପତ୍ର ସଜାଇ ଗରମା ଗରମ ପରସନ୍ତୁ ।

    Odia Recipe Paneer Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.