
ସାମଗ୍ରୀ :
- ଆଳୁ – ୨ ଟି ବଡ଼
- ବାଇଗଣ – ୨ଟି
- ବିଲାତି – ୧ଟି
- ଭୁର୍ସୁଙ୍ଗ ପତ୍ର – ୮ଟି
- କଞ୍ଚାଲଙ୍କା – ୪ଟି (ଚିରା)
- ଧଳା ରାଶି – ୨ ଚାମଚ
- ଚିନାବାଦାମ – ୧/୩ କପ୍
- ଫୁଟଣ, ହଳଦିଗୁଣ୍ଡ , ଧଣିଆ ଗୁଣ୍ଡ – ୧ ଚାମଚ
- ଜିରା ଗୁଣ୍ଡ – ୧ ଚାମଚ
- ପାଣି – ୧/୨ କପ୍
- ଲୁଣ- ସ୍ଵାଦ ଅନୁସାରେ
ପ୍ରଣାଳୀ-
ଆଳୁକୁ ଚୋପା ଛଡ଼ାଇ ୬ ଖଣ୍ଡ କରି କାଟନ୍ତୁ । ବାଇଗଣକୁ ମଧ୍ୟ ସମାନ ସାଇଜରେ କାଟନ୍ତୁ । କୁକରରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୁର୍ସଙ୍ଗ ପତ୍ର ଫୁଟାନ୍ତୁ । ବାଇଗଣ, ଆଳୁ ଓ ବିଲାତି ପକାଇ ଭାଜନ୍ତୁ । ୨ ମିନିଟ୍ ପରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦି, ଲୁଣ ଦେଇ ଆଉ କିଛି ସମୟ ଭାଜନ୍ତୁ । ଶେଷରେ ରାଶି ଓ ବାଦାମ ଭଜାର ଗୁଣ୍ଡରୁ ୨ ଚାମଚ (ଟେବୁଲ୍) ପକାଇ ପାଣି ଦେଇ କୁକର ବନ୍ଦ କରନ୍ତୁ । ଗୋଟେ ଦ୍ବିସିଲ୍ ମଧ୍ୟମ ଆଞ୍ଚରେ ଦେଇ କାଢ଼ନ୍ତୁ । ପରଶନ୍ତୁ ରୁଟି ସହିତ ପରଶନ୍ତୁ ।