
ସାମଗ୍ରୀ :
- ତେନ୍ତୁଳି – ଛୋଟ ବଲ ଆକାରରେ (କଟା)
- ଟମାଟୋ – ୧ ଛୋଟ କଟା
- କଞ୍ଚା ଲଙ୍କା – ୧ ଟି
- ହଳଦୀ ଗୁଣ୍ଡ – ୧/୪ ଚାମଚ
- ପାଣି – ୩ କପ
- ଲୁଣ – ସ୍ୱାଦ ଅନୁସାରେ
- ତେଲ – ୨ ଟେବୁଲ ଚାମଚ
- ଗୋଟା ସୋରିଷ – ୧/୨ ଟେବୁଲ ଚାମଚ
- ଭୁର୍ସୁଙ୍ଗ ପତ୍ର – ୮-୧୦ ଟି
- ହେଙ୍ଗୁ – ୧/୨ ଟେବୁଲ ଚାମଚ
- ଧଣିଆ ପତ୍ର – ୧ କପ (କଟା)
ମସଲା ପାଇଁ
- ଗୋଲମରିଚ – ୩ ଟେବୁଲ ଚାମଚ
- ଜିରା – ୨ ଟେବୁଲ ଚାମଚ
- ଧଣିଆ ମଞ୍ଜି – ୧/୨ ଟେବୁଲ ଚାମଚ
- ହରଡ଼ ଡ଼ାଲି – ୧ ଟେବୁଲ ଚାମଚ
- ଶୁଖିଲା ଲଙ୍କା – ୧- ୨ ଟି
- ରସୁଣ – ୫-୭ ଟି ପାଖୁଡା
- ଭୁର୍ସୁଙ୍ଗ ପତ୍ର – ୨-୩ ଟି
ପ୍ରଣାଳୀ-
- ପ୍ରଥମେ ମସଲା ପାଇଁ ଦିଆ ଯାଇଥିବା ସାମଗ୍ରୀ ସବୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।
- ଏବେ ଗୋଟେ ପାତ୍ର ରେ ୧ କପ ଉଷୁମ ପାଣି ନେଇ ତେନ୍ତୁଳିକୁ ୫ ମିନିଟ ଯାଏ ବତୁରାନ୍ତୁ । ବତୁରିଗଲେ ହାତ ରେ ଦଳି ତେନ୍ତୁଳି ମଣ୍ଡ ପ୍ରସ୍ତୁତ କରନ୍ତୁ ।
- କଡେଇ ରେ ତେଲ ନେଇ ଗରମ କରନ୍ତୁ । ଗରମ ହୋଇଗଲେ ସେଥିରେ ସୋରିଷ ଓ ଭୁର୍ସୁଙ୍ଗ ପତ୍ର ପକାଇ ଭାଜନ୍ତୁ ।
- ଗ୍ରାଇଣ୍ଡିଙ୍ଗ ମସଲା, କଟା କଞ୍ଚା ଲଙ୍କା ଓ କଟା ଟମାଟୋ ପକାଇ, ଟମାଟୋ ମସଲା ରେ ମିଶି ଯାଏ ୨-୩ ମିନିଟ ଭଲକି ଫ୍ରାଏ କରନ୍ତୁ ।
- ଏବେ ତେନ୍ତୁଳି ମଣ୍ଡ ,ହଳଦୀ ଗୁଣ୍ଡ, ହେଙ୍ଗୁ, ଲୁଣ, ଧଣିଆ ପତ୍ର ଓ ୩ କପ ପାଣି ମିଶାନ୍ତୁ ।
- ରସମ ଫୁଟିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଖାଇବା ପାତ୍ର କୁ ବାହାର କରି ଉଷୁମ ଉଷୁମ ଭାତ କିମ୍ବା ଦକ୍ଷିଣ ଭାରତର ଅନ୍ୟ ବ୍ୟଞ୍ଜନ ସହ ମଜା ନିଅନ୍ତୁ ।