
ସାମଗ୍ରୀ :
- ପୋଟଳ – ୨୫୦ ଗ୍ରାମ
- ବଟର – ୧ ଟେବୁଲ ଚାମଚ
- ରିଫାଇନ ତେଲ – ୪-୫ ଚାମଚ
- ପିଆଜ଼(ବଡ ) – ୧ କଟା
- ଅଦା-ରସୁଣ ପେଷ୍ଟ – ୨ ଚାମଚ
- ଟମାଟୋ (ଛୋଟ) – ୧ କଟା
- ଜିରା ଗୁଣ୍ଡ- ୧ ଛୋଟ ଚାମଚ
- ଧଣିଆ ଗୁଣ୍ଡ – ୧ ଛୋଟ ଚାମଚ
- ଲଙ୍କା ଗୁଣ୍ଡ- ୧ ଛୋଟ ଚାମଚ
- ହଳଦୀ ଗୁଣ୍ଡ – ୧/୨ ଛୋଟ ଚାମଚ
- ଚିନି – ୧ ଛୋଟ ଚାମଚ
- ଲୁଣ -ସ୍ଵାଦଅନୁସାରେ
ମସଲା ପେଷ୍ଟ ପାଇଁ :
- ପୋସ୍ତ- ୨ ଚା ଚାମଚ
- କାଜୁ – ୮-୧୦ ଟା
- ନଡ଼ିଆ – ଛୋଟ ଖଣ୍ଡେ
ଗରମ ମସଲା :
- ତେଜ ପତ୍ର – ୧ ଟା
- କଳା ଅଳେଇଚ – ୧ ଟା
- ସବୁଜ ଅଳେଇଚ – ୨ ଟା
- ଡାଳଚିନ – ୧ ଇଞ୍ଚ
ପ୍ରଣାଳୀ-
ପ୍ରଥମେ ପୋସ୍ତ, କାଜୁ ,ନଡ଼ିଆ ସବୁକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଗରମ ମସଲା ସବୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାପରେ ପୋଟଳକୁ ଭଲକି ଧୋଇ ଚୋପା ଛେଲନ୍ତୁ ଓ ଦୁଇ ପାଖ ମୁଣ୍ଡି କାଟି ଦିଅନ୍ତୁ । ପୋଟଳ ମଝିରୁ (ଲମ୍ବା ଆଡୁ ) ଚିରି ଦିଅନ୍ତୁ (ଧ୍ୟାନ ରଖିବେ ସେମିତି ପୋଟଳ ପୁରା ଫାଳ ନହୁଏ )। କଡେଇ ରେ ତେଲ ଦେଇ ଗରମ କରନ୍ତୁ ଓ ପୋଟଳକୁ ହାଲ୍କା ସୁନେଇ ରଙ୍ଗ ହେଲା ଯାଇ ଭାଜନ୍ତୁ ।ଏବେ ପୋଟଳକୁ ବାହାର କାଟି ଗୋଟେ ଚାମଚ ବଟର ପକାନ୍ତୁ , ତାପରେ କଟା ପିଆଜ ପକାଇ ୨ ମିନିଟ ଯାଏ ଭାଜନ୍ତୁ , ଏହାପରେ ଅଦା ରସୁଣ ବଟା ପକାଇ ଦୁଇ ମିନିଟ ଯାଇ ଭଲକି ଗୋଳାନ୍ତୁ ବା କସନ୍ତୁ , ଅଦା ଗନ୍ଧ ଗଲା ପରେ କଟା ଯାଇ ଥିବା ଟମାଟୋ,ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ , ଜିରା ଗୁଣ୍ଡ , ଧଣିଆ ଗୁଣ୍ଡ ଓ ଲୁଣ ଦେଇ ଗୋଳାଇ ୪-୫ ମିନିଟ ପାଇଁ ଗ୍ୟାସ ଆଞ୍ଚ କମ କରି ବସାନ୍ତୁ । ଏହାପରେ ଉପରେ ଦିଆଯାଇଥିବା ଗରମ ମସଲା ଓ ମସଲା ପେଷ୍ଟ ମିଶାନ୍ତୁ ଆଉ ୪ -୫ ପାଇଁ ରାନ୍ଧନ୍ତୁ । ଏବେ ଭଜା ଯାଇଥିବା ପୋଟଳ କୁ ଏହି ସାମଲ ରେ ପକାଇ ଗୋଳେଇ ଦିଅନ୍ତୁ ୨-୩ ମିନିଟ ପାଇଁ ରାନ୍ଧନ୍ତୁ ।୧ କପ ପାଣି ଦେଇ ୪-୫ ପାଇଁ ଘୋଡେଇ ଦିଅନ୍ତୁ ଯେପରି ପୋଟଳ ଭଲକି ସିଝିଯିବ , ଏବେ ୧ ଚାମଚ ଚିନି ଦେଇ ୧ ମିନିଟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ପ୍ଲେଟ କୁ ବାହାର କରି ପରସନ୍ତୁ ।