ସାମଗ୍ରୀ :
-
- ଆଳୁ – ୨ ଟି (ମଧ୍ୟମ ଲମ୍ବା କଟା )
- ସଜନା ଛୁଇଁ – ୫ ଟି (୩ ଇଞ୍ଚର କଟା )
- ସୋରିଷ ତେଲ – ୨ ଚା ଚାମଚ
- ଶୁଖିଲା ଲଙ୍କା – ୩ ଟି
- ରସୁଣ – ୧୦ ଟି ପାଖୁଡା
- ହଳଦୀ ଗୁଣ୍ଡ – ୧ ଚା’ ଚାମଚ
- ପଞ୍ଚୁ ଫୁଟଣ – ୧ ଚା’ ଚାମଚ
- ସୋରିଷ ତେଲ – ୩ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ପ୍ରଥମେ ସୋରିଷ , ଶୁଖିଲା ଲଙ୍କା,ରସୁଣ ଓ ଜିରା କୁ ଗୋଟେ ପାତ୍ର ରେ ୧୫ -୧୭ ମିନିଟ ଯାଏ ଭିଜାଇ ଦିଅନ୍ତୁ ।
- ଏବେ ସଜନା ଛୁଇଁ କୁ ଭଲକି ଧୋଇ ଉପର ଚୋପା ଅଁଶ ବାହାରି କରି ୩- ୪ ଇଞ୍ଚ ଲଂମ୍ବ ରେ କାଟି ଦିଅନ୍ତୁ ।
- ଏବେ ଆଳୁ ର ଚୋପା ଛଡାଇ ମୋଟା ଲମ୍ବା କରି କାଟନ୍ତୁ (୧/୨ ଇଞ୍ଚ ) ଓ ଭଲ ଭାବେ ଧୋଇ ଦିଅନ୍ତୁ ।
- ଭିଜା ହୋଇ ରହି ଥିବା ସୋରିଷ ଓ ଅନ୍ୟ ମସଲା କୁ ଆଣି ପାଣିରୁ ଛାଣି ରଖନ୍ତୁ ।
- ଏବେ ଏହାକୁ ଗ୍ରାଇଣ୍ଡର ରେ ଭଲକି ପତଳା ପେଷ୍ଟ କରି ବାଟି ନିଅନ୍ତୁ ।
- ଗ୍ୟାସ ଅନ କରି କଡେଇ ବସାନ୍ତୁ , କଡେଇ ଟିକେ ଗରମ ହେଲେ ସେଥିରେ ସୋରିଷ ତେଲ ଦିଅନ୍ତୁ ।
- ତେଲ ଗରମ ହୋଇ ଆସିଲେ ପଂଚୁ ଫୁଟଣ ପକାଇ ଫୁଟାନ୍ତୁ ।
- ଫୁଟଣ ଫୁଟିବାକୁ ଲାଗିଲେ କଟା ହୋଇଥିବା ଆଳୁ ଓ ହଳଦୀ ଗୁଣ୍ଡ ଅଳ୍ପ ପକାଇ ୪ ମିନିଟ ଯାଏ ଫ୍ରାଏ କରନ୍ତୁ ।
- ଏବେ ସଜନା ଛୁଇଁ ପକାଇ ଆଉ ୪ ମିନିଟ ଫ୍ରାଏ କରନ୍ତୁ ।
- ବଟା ହୋଇଥିବା ମସଲା ପକାଇ ଭଲକି ଗୋଳାଇ ଦିଅନ୍ତୁ । ଯେପରି ମସଲା ସହ ଛୁଇଁ ଆଉ ଆଳୁ ମିଶିଯିବ ।
- ୧ କପ ପାଣି ଆଉ ଲୁଣ ଦେଇ ଘୋଡାଇ ଦିଅନ୍ତୁ ।
- ପାଣି ମରି ଗଲେ ଗରମ ଗରମ ପ୍ଲେଟକୁ ବାହାର କରି ପରସନ୍ତୁ ।