ସାମଗ୍ରୀ :
- ଚାଉଳ – ୧.୫ କପ
- ଲେମ୍ବୁ ରସ – ଆବଶ୍ୟକ ଅନୁଯାୟୀଲୁଣ – ସ୍ୱାଦ ଅନୁସାରେ
- ତେଲ – ୨ ଟେବୁଲ ଚାମଚ
- ସୋରିଷ – ୩/୪ ଚା’ ଚାମଚ
- ବିରି ଡାଲି – ୧ ଚା’ ଚାମଚ
- ଚଣା ଡାଲି – ୧.୫ ଚା’ ଚାମଚ
- ହଳଦୀ – ୧/୪ ଚା’ ଚାମଚ
- କାଜୁ କିମ୍ବା ଚିନା ବାଦାମ – ୪ ଟେବୁଲ ଚାମଚ
- ଗୋଟା ଶୁଖିଲା ଲଙ୍କା – ୨ଟି
- କଞ୍ଚା ଲଙ୍କା – ୨ଟି
- ହେଙ୍ଗୁ – ଚିମୁଟାଏ
- ଭୁର୍ସୁଙ୍ଗା ପତ୍ର – ୧୦ ରୁ ୧୨ଟି
- ଅଦା କୋରା କିମ୍ବା ଛେଚା – ୧/୨ ଟେବୁଲ ଚାମଚ
ପ୍ରଣାଳୀ-
- ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ନିଅନ୍ତୁ । ୧୫ ମିନିଟ ପାଇଁ ପାଣିରେ ଭିଜାଇ ରଖନ୍ତୁ ।
- ଏହାକୁ ଭଲ ଭାବରେ ଭାତ ରାନ୍ଧି ନିଅନ୍ତୁ । ମନେରଖିବେ ଯେମିତିକି ଚାଉଳ ଗୋଟା ଗୋଟା ହୋଇ ରହିବ ।
- ଭାତ ଥଣ୍ଡା ହେଲା ପରେ ଏଥିରେ ଲେମ୍ବୁ ରସ, ଲୁଣ ଓ ୧ ଚ’ ଚାମଚ ତେଲ ଛିଂଚି ଭଲକି ମିଶାଇ ଦିଅନ୍ତୁ । ଏହାକୁ ଚାଖି ନିଜ ସ୍ୱାଦ ଅନୁସାରେ ଲୁଣ ଓ ଲେମ୍ବୁ ରସ ବ୍ୟବହାର କରିପାରିବେ ।
- ପ୍ୟାନରେ ତେଲ ଧିମା ଆଞ୍ଚରେ ଗରମ କରନ୍ତୁ ।
- ତେଲ ଗରମ ହୋଇଗଲେ କାଜୁ କିମ୍ବା ଚିନା ବାଦାମକୁ ଅଧା ଭଜା କରି ଭାଜନ୍ତୁ ।
- ଏବେ ଶୁଖିଲା ଲଙ୍କା, ବିରି ଡାଲି ଓ ଚଣା ଡାଲି ପକାଇ ଭାଜନ୍ତୁ ।
- ଡାଲି ଭାଜି ହୋଇ ସୋନେଲି ରଙ୍ଗ ହୋଇଗଲେ ଗୋଟା ସୋରିଷ ପକାନ୍ତୁ ।
- ସୋରିଷ ଫୁଟିବା ଆରମ୍ଭ କଲେ ଅଦା ଛେଚା, କଞ୍ଚା ଲଙ୍କା ଓ ଭୁର୍ସୁଙ୍ଗା ପତ୍ର ପକାଇ ଭାଜନ୍ତୁ ।
- ପରେ ହେଙ୍ଗୁ ଓ ହଳଦୀ ଗୁଣ୍ଡ ମିଶାଇ ଭାଜନ୍ତୁ । ମାନେ ରଖିବେ ଆଡକୁ ବେଶୀ ଭାଜିବେ ନାହିଁ ନହେଲେ ପିତା ଲାଗି ପରେ ।
- ଏବେ ଡାଲି କୁ ନରମ କରିବା ପାଇଁ ୨ ରୁ ୩ ଟେବୁଲ ଚାମଚ ପାଣି ମିଶାଇ ଦିଅନ୍ତୁ ।
- ୨ ରୁ ୩ ମିନିଟ ପରେ ରଖିଥିବା ଥଣ୍ଡା ଭାତ ପକାଇ ମିଶାନ୍ତୁ । ଏହାକୁ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଢାଙ୍କି ଦେଇ ରାନ୍ଧନ୍ତୁ ।
- ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଦହି କିମ୍ବା ଆଚାର ସହ ଗରମ ଗରମ ପରସନ୍ତୁ ।