Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଲେମୋନ ରାଇସ୍
    Odia Recipe

    ଲେମୋନ ରାଇସ୍

    Suchitra PBy Suchitra PNovember 11, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Lemon Rice
    Lemon Rice
    Share
    Facebook Twitter LinkedIn Pinterest Email
    Lemon Rice
    Lemon Rice

    ସାମଗ୍ରୀ :

    • ଚାଉଳ – ୧.୫ କପ
    • ଲେମ୍ବୁ ରସ – ଆବଶ୍ୟକ ଅନୁଯାୟୀଲୁଣ – ସ୍ୱାଦ ଅନୁସାରେ
    • ତେଲ – ୨ ଟେବୁଲ ଚାମଚ
    • ସୋରିଷ – ୩/୪ ଚା’ ଚାମଚ
    • ବିରି ଡାଲି – ୧ ଚା’ ଚାମଚ
    • ଚଣା ଡାଲି – ୧.୫ ଚା’ ଚାମଚ
    • ହଳଦୀ – ୧/୪ ଚା’ ଚାମଚ
    • କାଜୁ କିମ୍ବା ଚିନା ବାଦାମ – ୪ ଟେବୁଲ ଚାମଚ
    • ଗୋଟା ଶୁଖିଲା ଲଙ୍କା – ୨ଟି
    • କଞ୍ଚା ଲଙ୍କା – ୨ଟି
    • ହେଙ୍ଗୁ – ଚିମୁଟାଏ
    • ଭୁର୍ସୁଙ୍ଗା ପତ୍ର – ୧୦ ରୁ ୧୨ଟି
    • ଅଦା କୋରା କିମ୍ବା ଛେଚା – ୧/୨ ଟେବୁଲ ଚାମଚ

    ପ୍ରଣାଳୀ-

    • ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ନିଅନ୍ତୁ । ୧୫ ମିନିଟ ପାଇଁ ପାଣିରେ ଭିଜାଇ ରଖନ୍ତୁ ।
    • ଏହାକୁ ଭଲ ଭାବରେ ଭାତ ରାନ୍ଧି ନିଅନ୍ତୁ । ମନେରଖିବେ ଯେମିତିକି ଚାଉଳ ଗୋଟା ଗୋଟା ହୋଇ ରହିବ ।
    • ଭାତ ଥଣ୍ଡା ହେଲା ପରେ ଏଥିରେ ଲେମ୍ବୁ ରସ, ଲୁଣ ଓ ୧ ଚ’ ଚାମଚ ତେଲ ଛିଂଚି ଭଲକି ମିଶାଇ ଦିଅନ୍ତୁ । ଏହାକୁ ଚାଖି ନିଜ ସ୍ୱାଦ ଅନୁସାରେ ଲୁଣ ଓ ଲେମ୍ବୁ ରସ ବ୍ୟବହାର କରିପାରିବେ ।
    • ପ୍ୟାନରେ ତେଲ ଧିମା ଆଞ୍ଚରେ ଗରମ କରନ୍ତୁ ।
    • ତେଲ ଗରମ ହୋଇଗଲେ କାଜୁ କିମ୍ବା ଚିନା ବାଦାମକୁ ଅଧା ଭଜା କରି ଭାଜନ୍ତୁ ।
    • ଏବେ ଶୁଖିଲା ଲଙ୍କା, ବିରି ଡାଲି ଓ ଚଣା ଡାଲି ପକାଇ ଭାଜନ୍ତୁ ।
    • ଡାଲି ଭାଜି ହୋଇ ସୋନେଲି ରଙ୍ଗ ହୋଇଗଲେ ଗୋଟା ସୋରିଷ ପକାନ୍ତୁ ।
    • ସୋରିଷ ଫୁଟିବା ଆରମ୍ଭ କଲେ ଅଦା ଛେଚା, କଞ୍ଚା ଲଙ୍କା ଓ ଭୁର୍ସୁଙ୍ଗା ପତ୍ର ପକାଇ ଭାଜନ୍ତୁ ।
    • ପରେ ହେଙ୍ଗୁ ଓ ହଳଦୀ ଗୁଣ୍ଡ ମିଶାଇ ଭାଜନ୍ତୁ । ମାନେ ରଖିବେ ଆଡକୁ ବେଶୀ ଭାଜିବେ ନାହିଁ ନହେଲେ ପିତା ଲାଗି ପରେ ।
    • ଏବେ ଡାଲି କୁ ନରମ କରିବା ପାଇଁ ୨ ରୁ ୩ ଟେବୁଲ ଚାମଚ ପାଣି ମିଶାଇ ଦିଅନ୍ତୁ ।
    • ୨ ରୁ ୩ ମିନିଟ ପରେ ରଖିଥିବା ଥଣ୍ଡା ଭାତ ପକାଇ ମିଶାନ୍ତୁ । ଏହାକୁ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଢାଙ୍କି ଦେଇ ରାନ୍ଧନ୍ତୁ ।
    • ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଦହି କିମ୍ବା ଆଚାର ସହ ଗରମ ଗରମ ପରସନ୍ତୁ ।
    Lemon Rice Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.