ସାମଗ୍ରୀ :
ସୋୟାବିନ୍ ମଞ୍ଜି–ଅଧାଗିନା
ଗଜାମୁଗ- ୨ ବଡ଼ ଚାମଚ
କଦୁକସ୍କରା ଅଦା – ୧ ଚାମଚ
କଟା ଲଙ୍କା -୨ଟି
ରସୁଣ ଛେଚା -୩ କୋଲି
ହଳଦି- ୧/୪ଚାମଚ
ଗରମ ମସଲା- ୧/୨ ଚାମଚ
ରାଇ-୧ ଚାମଚ
ଲୁଣ–ସ୍ୱାଦାନୁସାରେ
ଟମାଟୋ ( ମଞ୍ଜ କାଢ଼ି କଟା ହୋଇଥବା)- ୧ଟି
ଲେମ୍ବୁରସ— ୧ ଚାମଚ
ରିଫାଇନ୍- ୧ ଚାମଚ
ପ୍ରଣାଳୀ :
ରାତିସାରା ସୋୟାବିନ୍କୁ ବତୁରାଇ ରଖନ୍ତୁ । ସକାଳୁ ଗୋଟିଏ ସିଟି ମଧ୍ୟମ ଆଞ୍ଚରେ ମାରି ପାଣି କାଢ଼ି ରଖନ୍ତୁ । `ପ୍ୟାନ୍ରେ ତେଲ ପକାଇ ରାଇ ପକାଇ ଫୁଟିଲେ ଅଦା, ରସୁଣ, ଲଙ୍କା ପକାଇ ୧ ମିନିଟ୍ ଭାଜନ୍ତୁ । ହଳଦିଗୁଣ୍ଡ ପକାଇ ଗଜାମୁଗ ମିଶାନ୍ତୁ ଓ ୨ ବଡ଼ ଚାମଚ ପାଣି ଦେଇ ମୁଗ ନରମିବାଯାଏଁ ସିଝାନ୍ତୁ । ସିଝିଗଲେ ସୋୟାବିନ୍ ପକାଇ ପାଣି ମାରିନିଅନ୍ତୁ । ଟମାଟୋ, ପିଆଜ ଓ ଲେମ୍ବୂରସ ଦେଇ ଗୋଳାଇ ଉପରୁ ଚଟଣି ପକାଇ ସର୍ଭ କରନ୍ତୁ । ଏହାକୁ ଖାଲି, ରୁଟି ସହ କିମ୍ବା ଚକୁଳି ସହ ଖିଆଯାଇପାରେ ।