ଉପକରଣ :
ଭେଣ୍ଡି–୫୦୦ ଗ୍ରାମ୍
କୋରା ନଡ଼ିଆ -୧ କପ୍
ପାଣି-୧/୨କପ୍
କ୍ଷୀର -୧/୨କପ୍
କାଜୁବଟା- ୧ ଟେବୁଲ୍ ଚାମଚ
ତେଲ- ୨ ଚାମଚ
ଭେଣ୍ଡି ଛାଣିବାକୁ- ତେଲ
ଲାଲ୍ ଲଙ୍କା-୨ଟା
ସୋରିଷ–୧ ଚାମଚ
ଜିରା–୧ ଚାମଚ
କଟା ପିଆଜ-୧/୨କପ୍
କଟା ଟମାଟୋ-୧ କପ୍
ଲଙ୍କାଗୁଣ୍ଡ–୧ ଚାମଚ
ଚାଟ୍ ମସଲା- ୧ ଚାମଚ
ବିରିଡାଲି- ୪ ଚାମଚ
ଦହି (ଫେଣ୍ଟା) -୧/୨କପ୍
ପାଣି -୧ କପ୍
ଭୁର୍ସୁଙ୍ଗ ପତ୍ର- ଅଳ୍ପ
ଲୁଣ–ସ୍ୱାଦାନୁସାରେ
ସଜାଇବା ପାଇଁ -କୋରା ନଡ଼ିଆ, ଧନିଆ ପତ୍ର
ପ୍ରଣାଳୀ :
ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍ର କାଟି ତେଲରେ ଛାଣି ପେପର୍ରେ କାଢ଼ି ରଖନ୍ତୁ । କରେଇରେ ୨ ଚାମଚ ତେଲ ଦେଇ ଲଙ୍କା,ସୋରିଷ, ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ଚାଟ୍ ମସଲା, ଲୁଣ ପକାଇ ଭଲକରି ମିଶାନ୍ତୁ | ପରେ ଦହି ଓ ନଡ଼ିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରାନ୍ଧନ୍ତୁ ।
ଫୁଟଣ ପାଇଁ ଆଉ ୨ ଚାମଚ ତେଲ ଅନ୍ୟ ଏକ ପ୍ୟାନ୍ରେ ଗରମ କରନ୍ତୁ । ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ । ଗରମ ଗରମ ଭେଣ୍ଡିକୁ ନଡ଼ିଆ କୋରା ଓ ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।