Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଦହି ମସାଲା-ଭେଣ୍ଡି/Dahi masala bhindi
    Odia Curry Recipe

    ଦହି ମସାଲା-ଭେଣ୍ଡି/Dahi masala bhindi

    Suchitra PBy Suchitra POctober 31, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Dahi Masala Bhindi
    Dahi Masala Bhindi
    Share
    Facebook Twitter LinkedIn Pinterest Email
    Dahi Masala Bhindi
    Dahi Masala Bhindi

    ଉପକରଣ :
    ଭେଣ୍ଡି–୫୦୦ ଗ୍ରାମ୍‌
    କୋରା ନଡ଼ିଆ -୧ କପ୍‌
    ପାଣି-୧/୨କପ୍‌
    କ୍ଷୀର -୧/୨କପ୍‌
    କାଜୁବଟା- ୧ ଟେବୁଲ୍‌ ଚାମଚ
    ତେଲ- ୨ ଚାମଚ
    ଭେଣ୍ଡି ଛାଣିବାକୁ- ତେଲ
    ଲାଲ୍‌ ଲଙ୍କା-୨ଟା
    ସୋରିଷ–୧ ଚାମଚ
    ଜିରା–୧ ଚାମଚ
    କଟା ପିଆଜ-୧/୨କପ୍‌
    କଟା ଟମାଟୋ-୧ କପ୍‌
    ଲଙ୍କାଗୁଣ୍ଡ–୧ ଚାମଚ
    ଚାଟ୍‌ ମସଲା- ୧ ଚାମଚ
    ବିରିଡାଲି- ୪ ଚାମଚ
    ଦହି (ଫେଣ୍ଟା) -୧/୨କପ୍‌
    ପାଣି -୧ କପ୍‌
    ଭୁର୍ସୁଙ୍ଗ ପତ୍ର- ଅଳ୍ପ
    ଲୁଣ–ସ୍ୱାଦାନୁସାରେ
    ସଜାଇବା ପାଇଁ -କୋରା ନଡ଼ିଆ, ଧନିଆ ପତ୍ର

    ପ୍ରଣାଳୀ :

    ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍‌ର କାଟି ତେଲରେ ଛାଣି ପେପର୍‌ରେ କାଢ଼ି ରଖନ୍ତୁ । କରେଇରେ ୨ ଚାମଚ ତେଲ ଦେଇ ଲଙ୍କା,ସୋରିଷ, ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍‌ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ଚାଟ୍‌ ମସଲା, ଲୁଣ ପକାଇ ଭଲକରି ମିଶାନ୍ତୁ | ପରେ ଦହି ଓ ନଡ଼ିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ ମିନିଟ୍‌ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରାନ୍ଧନ୍ତୁ ।

    ଫୁଟଣ ପାଇଁ ଆଉ ୨ ଚାମଚ ତେଲ ଅନ୍ୟ ଏକ ପ୍ୟାନ୍‌ରେ ଗରମ କରନ୍ତୁ । ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ । ଗରମ ଗରମ ଭେଣ୍ଡିକୁ ନଡ଼ିଆ କୋରା ଓ ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।

    Dahi Bhendi Masala Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.