Odia Rashiphala

Odia Rasiphala Tuesday 29th January 2019

Daily Odia Horoscope

 ଦୁର୍ବାର ସାହସରେ କାର୍ଯ୍ୟ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ ।
ଗୃହ କାର୍ଯ୍ୟରେ ମନୋନିବେଶ କରିବେ । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁହନ୍ତା ହେବେ ।
 ହଠାତ୍ ଦୂର ଯାତ୍ରା କରିବାର ସୂଚନା ମିଳୁଛି । ଭୀତିତ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତି ବିଶେଷ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିର ଅଧିକାରୀ ହୋଇପାରନ୍ତି । କୃଷିରୁ ଲାଭ ମିଳିବ ।
ଅଜଣାରେ ଆତଙ୍କିତ ହୋଇପାରନ୍ତି ।ନିଜକୁ କଳହ ମୁକ୍ତ ରଖି ପାରିଲେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ । ପ୍ରେମୀ ଓ ସାହସୀ ହେବେ । ସୁଖ ମିଳିବ ।
ଆୟବୃଦ୍ଧିର ସୂଚନା ମିଳୁଛି । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହେବେ ।
ଆତ୍ମୀୟମାନଙ୍କ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି । ମନ ଆକୁଳିତ ହୋଇପାରେ । ତଥାପି ଐଶ୍ୱର୍ଯ୍ୟଯୁକ୍ତ ହେବେ । ରୋଜଗାର ଆଶାନୁରୂପ ହେବ । ସୁଖାଦ୍ୟ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମୋକଦ୍ଦମା ଜିଣିବେ । ଧନଲାଭ ହେବ ।
 ଧନପ୍ରାପ୍ତ ହୋଇ ସୁଖରେ ସାଂସରିକ ଜୀବନ ଯାପନ କରିପାରନ୍ତି । ଅପରାହ୍ନରୁ ଶ୍ରୀଚନ୍ଦ୍ର ଭୋଗ୍ ହେଉଥିବାରୁ ମଧ୍ୟାନ୍ନଭୋଜନ ରୁଚିକର ହେବ । ମଧୁରଭାଷୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଧାର୍ମିକ ହେବେ । ଖର୍ଚ୍ଚାନ୍ତ ହେବେ ।
ମାନସିକ ଅଶାନ୍ତିର ପରିସମାପ୍ତି ଘଟିବ । ସାଧନାରେ ସିଦ୍ଧିଲାଭ କରିବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ ।
ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆୟ୍ ବୃଦ୍ଧିର ସୂଚନା ମିଳୁଛି । କୂଳ ଉଦ୍ଧାରକ ହେବେ । ମନପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ହେବେ । ଯଶସ୍ୱୀ ହୋଇପାରନ୍ତି ।
ତରବର ହେଲେ କ୍ଷତିରେ ପଡ଼ିବେ । ଦ୍ରବ୍ୟ ନଷ୍ଟ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାଶରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସାହସୀ ହେବେ ।
 ଉପୁଜି ଥିବା ପରିସ୍ଥିତିରୁ ଉଧୁରି ଯିବେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X