
ସାମଗ୍ରୀ :
ବୁଟ ଡାଲି- ୨ କପ୍
ବଡ଼ ପିଆଜ-୨ଟି (ସରୁକଟା)
କଞ୍ଚାଲଙ୍କା କଟା – ୩-୪ଟିର
ଲୁଣ – ସ୍ୱାଦାନୁସାରେ
ଜିରା ( ଗୋଟା) – ଅଳ୍ପ
ତେଲ-ଛାଣିବାକୁ
ପ୍ରଣାଳୀ :
ଡାଲିକୁ ୪-୫ ଘଣ୍ଟା ବତୁରାଇ ପାଣି ନଦେଇ ଦରବଟା (ବେଶୀ ଚିକ୍କଣ କରିବେନି) କରି ରଖନ୍ତୁ । ଲଙ୍କା, ପିଆଜ, ଲୁଣ, ଜିରା ମିଶାଇଦିଅନୁ | ଛୋଟ ଚେପ୍ଟା ଆକାରରେ ଗଢ଼ି ଗରମ ତେଲରେ ମଧ୍ଯମ ଆଞ୍ଚରେ ଲାଲ୍ ବାଦାମୀ କରି ଭାଜନ୍ତୁ । ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ ।