
ସାମଗ୍ରୀ :
ବ୍ରେଡ୍ ୪ ପିସ୍
ତେଲ- ଭାଜିବା ପାଇଁ
ସିଝାଆଳୁ – ୪ଟି
କଟା ଲଙ୍କା, ପିଆଜ, ଧନିଆ ପତ୍ର
ଜିରାଲଙ୍କା ଗୁଣ୍ଡ- ଅଳ୍ପ
ଲୁଣ- ସ୍ବାଦାନୁସାରେ
ବ୍ରେଡ୍ କ୍ରମ୍ସ୍ ବା ସୁଜି-ଅଳ୍ପ
ଦହି, ଚାଟ୍ ` ମସଲା, ଖଟା-ମିଠା ଚଟଣି, ସେଓ
ପ୍ରଣାଳୀ :
ବ୍ରେଡ୍କୁ ଓଦା କରି ଦଳନ୍ତୁ । ଆଳୁ ସିଝା, କଟା ପିଆଜ, ଧନିଆ ପତ୍ର, କଞ୍ଚାଲଙ୍କା, ଲୁଣ, ଜିରାଲଙ୍କା ଗୁଣ୍ଡକୁ ଚାଟ୍ ମସଲା ଅଳ୍ପ ମିଶାଇ ଚକଟି ଛୋଟ ଛୋଟ ବରା ପରି ଗଢ଼ି ନନ୍ଷ୍ଟିକ୍ ପ୍ୟାନ୍ରେ ଅଳ୍ପ ଅଳ୍ପ ଦେଇ ଲାଲ୍ କରି ଭାଜି କାଢ଼ନ୍ତୁ । ପ୍ଲେଟ୍କୁ କାଢ଼ି ଛୁରୀରେ ମଝିରୁ କାଟିଦିଅନ୍ତୁ । ଉପରେ କଟା ପିଆଜ, ଧନିଆ ପତ୍ର, ଦହି, ଚଟଣି ଓ ସେଓ ଦେଇ ପରଥନ୍ତୁ ।