
ସାମଗ୍ରୀ :
ଅରୁଆ ଚାଉଳ – ୨ କପ୍
ପାଣି – ୪ କପ୍
ଗାଜର – ଗୋଟିଏ
ଫୁଲକୋବି – ୪ ପାଖୁଡ଼ା
ମଟର ମଣ – ମୁଠାଏ
ରିଫାଇନ୍ ତେଲ- ୨ ଟେବୁଲ୍ଚାମଚ଼
ଜିରା – ୧ ଚା ଚାମଚ଼
ଡାଲଚିନି – ବଡ ଖଣ୍ଡେ
ଗୁଜରାତି -୨ଟା
ଗୋଲମରିଚ଼ – ୬ଟା
ଲବଙ୍ଗ – ୪ଟା
ତେଜପତ୍ର – ୬ଟା
ପରିମାଣ ଅନୁସାରେ ଲୁଣ, ହଳଦୀ
ପ୍ରଣାଳୀ :
ଗାଜର, ଫୁଲକୋବି ଚୂନା ଚୂନା କାଟି ରଖ | ପ୍ରେସର କୁକ୍ରରେ ତେଲ ଗରମ କରି ଜିରା, ଡାଳଚିନି, ଗୁଜରାତି, ଗୋଲମରିଚ, ଲବଙ୍ଗ ଓ ତେଜପତ୍ର ପକାଅ | ସେଥିରେ ଚାଉଳ, କଟା ପରିବା, ମଟରମଞ୍ଜି, ଲୁଣ ଓ ହଳଦୀ ପକାଇ ଅଳ୍ପ ଭାଜି ନିଅ | ଭାଜିଲା ପରେ ପାଣି ପକାଇ କୁକ୍ରରେ ଢାଙ୍ଗୁଣୀ ଦେଇଦିଅ । କୁକର୍ରେ ସୁଁ ଶବ୍ଦ ହେବା ମାତ୍ରେ କୂକର୍କୁ ଗ୍ୟାସ୍ରୁ ଉଠାଇ ନିଅ । ପ୍ରେସରରୁ ଶବ୍ଦ ବନ୍ଦ ହେଵା ପରେ କୁକର୍ ଖୋଲି ଖାଇବାକୁ ଦେବ ।