
ସାମଗ୍ରୀ :
ମଟର ମଞ୍ଚ – ୧ କପ୍
ଫୁଲକୋବି -୫ ପାଖୁଡ଼ା
ଟମାଟୋ -୩ଟା ରିଫାଇନ୍
କଞ୍ଚାଲଙ୍କା -୬ଟା
ପରିମାଣ ଲୁଣ
ଧନିଆପତ୍ର କିଛି
ତେଲ -୧ ଟେବୁଲ୍ ଚାମଚ
ପ୍ରଣାଳୀ :
ଫୁଲକୋବି ଛୋଟ ଛୋଟ କାଟ । ଟମାଟୋ ଛୋଟ ଛୋଟ କାଟ । କଞ୍ଚାଲଙ୍କା ଓ ଧନିଆପତ୍ର ଅଲଗା ଅଲଗା କାଟି ରଖ । କରେଇରେ ତେଲ ଗରମକରି ଟମାଟୋ କଟା ଓ ଲୁଣ ପକାଇ ଟମାଟୋ ପାଣି ପରି ହେଲେ ସେଥିରେ କୋବିକଟା, ମଟର ଓ ଲଙ୍କାକଟା ପକାଇ ଢାଙ୍କୁଣୀ ଦେଇ କମ୍ ନିଆଁରେ ରଖ । ପାଞ୍ଚ ମିନିଟ୍ ପରେ ଢାଙ୍କୁଣୀ ଖୋଲି ଦେଖି କୋବି ସିଝିଯାଇଥିଲେ ଧନିଆପତ୍ର ପକାଇ ଭଜା କରି ଓହ୍ଲାଇ ନେବ ।