
ସାମଗ୍ରୀ :
ଭେଣ୍ଡି -୫୦୦ ଗ୍ରାମ୍
କୋରା ନଡିଆ – ୧ କପ୍
ପାଣି -୧/୩ କପ୍
କ୍ଷୀର -୧\୩ କପ୍
କାଜୁବଟା – ୧ ଟେବୁଲ୍-ଚାମଚ
ତେଲ – ୨ ଚାମଚ
ଭେଣ୍ଡି ଛାଣିବାକୁ – ତେଲ
ଲାଲ୍ ଲଙ୍କା – ୨ ଟା
ସୋରିଷ -୧ ଚାମଚ
ଜିରା -୧ ଚାମଚ
କଟା ପିଆଜ -୧/୨ କପ୍
କଟା ଟମାଟୋ – ୧ କପ୍
ଲଙ୍କାଗୁଣ୍ଡ – ୧ ଚାମଚ
ଚାଟ୍ ମସଲା – ୧ ଚାମଚ
ବିରିଡାଲି – ୪ ଚାମଚ
ଦହି (ଫେଣ୍ଟା) – ୧/୨ କପ୍
ପାଣି – ୧ କପ୍
ଭୁର୍ସୁଙ୍ଗ ପତ୍ର – ଅଳ୍ପ
ଲୁଣ – ସ୍ୱାଦାନୁସାରେ
ସଜାଇବା ପାଇଁ – କୋରା ନଡିଆ ,ଧନିଆ ପତ୍ର
ପ୍ରଣାଳୀ :
ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍ର କାଟି ତେଲରେ ଛାଣି ପେପର୍ରେ କାଢି ରଖନ୍ତୁ । କରେଇରେ ୨ ଚାମଚ ତେଲ ଦେଇ ଲଙ୍କା ,ସୋରିଷ ,ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ତା ପରେ ଲଙ୍କାଗୁଣ୍ଡ ,ଚାଟ୍ ମସଲା ,ଲୁଣ ପକାଇ ଭଲକରି ମିଶାନ୍ତୁ । ପରେ ଦହି ଓ ନଡିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରାନ୍ଧନ୍ତୁ । ଫୁଟଣ ପାଇଁ ଆଉ ୨ ଚାମଚ ତେଲ ଅନ୍ୟ ଏକ ପ୍ୟାନ୍ରେ ଗରମ କରନ୍ତୁ । ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ । ଗରମ ଗରମ ଭେଣ୍ଡିକୁ ନଡିଆ କୋରା ଓ ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।