
ସାମଗ୍ରୀ :
ମୋଟା ଚୂଡ଼ା -୨ କପ୍
ଚୀନା ବାଦାମ – ୧୫ଟା
ବୂଟଡାଲି – ୧ ଚା ଚାମଚ
ବିରିଡାଲି -୧ ଚା ଚାମଚ
ଜିରା ଅଧା ଚା ଚାମଚ
କଞ୍ଚାଲଙ୍କା ଦୁଇଟା
ଅଦା ଟିକେ
ରିଫାଇନ୍ ତେଲ ଏକ ଟେବୁଲ ଚାମଚ
ପରିମାଣ ଅନୁସାରେ ଲୁଣ, ହଳଦୀ
ଭୃସଂଗ ପତ୍ର ଦୁଇ ଡେମ୍ଫ
କାଗେଳିଲେମ୍ବ ଫାଳେ
ପ୍ରଣାଳୀ :
ଚୂଡ଼ା ଧୋଇ ରଖ । କରେଇରେ ତେଲ ଗରମ କର । ସେଥ୍ରେ ଚୀନାବାଦାମ ଟିକେ ଭାଜି ନେଇ ବୁଟଡାଲି ଓ ବିରିଡାଲି ପକାଅ । ଜିରା ଫୁଟାଅ । ଭୃସଂଗ ପତ୍ର ଦିଅ । ସେଥିରେ ଧୁଆ ଚୂଡ଼ା, ଲୁଣ, ହଳଦୀ ଦିଅ | କଞ୍ଚାଲଙ୍କା ଓ ଅଦାକଟା ଦେଇ ଭଲଭାବରେ ମିଶାମିଶି କରି ଓହ୍ଲାଇବ । ଉପରେ କାଗେଜିଲେମ୍ବୁ ରସ ଦେଇ.ମିଶାମିଶି କରି ଖାଇବାକୁ ଦେବ ।