
ସାମଗ୍ରୀ :
ଆମ୍ବ – ୧ କିଲୋଗ୍ରାମ୍
ହେଙ୍ଗୁ – ୧ ` ଚାମଚ
ଲୁଣ – ୫୦ ଗ୍ରାମ୍
ସୋରିଷତେଲ–୫ ୦୦ ମିଲିଗ୍ରାମ୍
ଲଙ୍କାଗୁଣ୍ଡ- ୧୦୦ ଗ୍ରାମ୍
ଫାଳ ବଡ଼ ଚଣା–୨୦୦ ଗ୍ରାମ୍
ସୋରିଷଗୁଣ୍ଡ–୨୦୦ ଗ୍ରାମ୍
ରସୁଣ କୋଲା – ୨୦୦ ଗ୍ରାମ୍
ମେଥି – ୨୦ ଗ୍ରାମ୍
କଞ୍ଚାଲଙ୍କା–୨ ୦୦ ଗ୍ରାମ୍
ପାନମହୁରି–୨୦ ଗ୍ରାମ୍
ପ୍ରଣାଳୀ :
ଆମ୍ବସବୁ ଧୋଇ ଭଲକରି ପୋଛି ଖଣ୍ଡକରି କାଟନ୍ତୁ । ସୋରିଷତେଲରେ ହେଙ୍ଗୁ ପକାଇ ଗରମକରି ଥଣ୍ଡା କରନ୍ତୁ । ଗୋଟିଏ ଜାରରେ ଭଲକରି ଶୁଖାଇ ରଖନ୍ତୁ । ମାଟିପାତ୍ରଟିରେ ଆମ୍ବ ସହ ସବୁ ମସଲା , ଲୁଣ, ତେଲ ଓ ଚଣା ଦେଇ ଗୋଳାଇ ରଖନ୍ତୁ । ଘୋଡ଼ାଇ ରଖିବେ, ଯେପରି ପାଣି ବା ପବନ ନବାଜେ । ମଝିରେ ମଝିରେ ଗୋଳାଉଥିବେ । ଏପରି ୩-୪ ଦିନ କଲାପରେ ଆମ୍ବର ରସ ବାହାରିଯିବ । ଏହାକୁ ଜାର୍ରେ ଭରି ରଖିବେ । ୧୫ ଦିନ ପରେ ଖାଦ୍ୟ ଉପଯୋଗୀ ହୋଇଯିବ । ଖରା ଦେବା ଦରକାର ନାହିଁ ।