
ସାମଗ୍ରୀ :
ଛୋଟ କଙ୍କଡ଼ା-୮ଟି
ପିଆଜ -୧୦୦ ମିଲି
ଗୋଲମରିଚ-୧ ଚାମଚ
ଗୋଟା ଧନିଆ-୧ ଟେ. ଚାମଚ
ଲାଲ୍ ଲଙ୍କା–୧୨ଟି
ଜିରା-୧/୨ ଚାମଚ
ଅଳେଇଚ-୪ଟି
ଲବଙ୍ଗ-୮ଟି
ଡାଲ୍ଚିନି–୨ ଇଞ୍ଚ
ତେନ୍ତୁଳି ମଣ୍ଡ–୩ ଟେ. ଚାମଚ
କୋରା ନଡ଼ିଆ -୨ ଟେ. ଚାମଚ
ହଳଦି -୧/୨ ଚାମଚ
ନଡ଼ିଆ କ୍ଷୀର-୭୫ ମିଲି
ଲୁଣ-ସ୍ଵାଦାନୁସାରେ
ଧନିଆ ପତ୍ର କଟା
ପ୍ରଣାଳୀ :
କଙ୍କଡ଼ାକୁ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ ଓ କାଢ଼ି ପେପର୍ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ, ଧନିଆ, ଲଙ୍କା, ଜିରା, ଅଳେଇଚ, ଡାଲ୍ଚିନି, ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍କଣ କରି ବାଟନ୍ତୁ ।