
ସାମଗ୍ରୀ:
ସୁଜି -୧ କପ୍
ବେସନ-୨ କପ୍
ଲେମ୍ବୁରସ-୧ ଟିର ବା ୧ ଟେବୁଲ୍-ଚାମଚ
ଲୁଣ-ସ୍ୱାଦାନୁସାରେ
ଇନୋ-୧ ଛୋଟ ପ୍ୟାକେଟ୍
ଖାଇବା ସୋଡା- ୧/୨ ଚାମଚ
ଭୁର୍ସୁଙ୍ଗ ପତ୍ର , କଟା କଞ୍ଚାଲଙ୍କା ,
ରିଫାଇନ୍ ତେଲ ,ସୋରିଷ ,ଚିନି -ଆଳ୍ପ
ପାଣି -୧ ଟେବୁଲ୍-ଚାମଚ
ପ୍ରାଣାଳୀ :
ସୁଜି ବେସନ ପାଣି ,ଲେମ୍ବୁରସ ଓ ଲୁଣ ଦେଇ ଭଲକରି ଫେଣ୍ଟନ୍ତୁ | ଖାଇବା ସୋଡା ଓ ଇନୋ ପକାଇ ଗୋଟିଏ ଦିଗରେ ଭଲକରି ଫେଣ୍ଟିବା ପରେ ପରେ ତୁରନ୍ତୁ ଆଗରୁ କୁକର୍ରେ ପାଣି ଦେଇ ଗରମ କରି ଭିତରେ ତେଲଲଗା ଟିଫିନ୍ ରଖି ଗରମ କରିଥିବା (ଟିଫିନ୍) ଟିକୁ କାଢି ସେଥିରେ ଏହି ମିଶ୍ରଣ ଢାଳି ୧୦ ମିନିଟ୍ ଓଲଟାଇ ପ୍ଲେଟ୍କୁ କାଢନ୍ତୁ ଓ କୋରା ଚିଜ୍ ଏହା ଉପରେ ପକାନ୍ତୁ | ଆଉ ଅଳ୍ପ ବଟର୍ ଛିଞ୍ଚି ମାଇକ୍ରୋୱେବ୍ରେ ୫ ମିନିଟ୍ ଗ୍ରୀଲ୍ କରନ୍ତୁ | କଢି ଧାରୁଆ ଛୁରୀରେ ୪ ପିସ୍ କରି କାଟିଦିଅନ୍ତୁ ଏବଂ ଗରମ ସର୍ଭ କରନ୍ତୁ |