
ସାମଗ୍ରୀ :
ଚୂନାକଟା ବନ୍ଧାକୋବି-୨ କପ୍
ସିଝା ଆଳୁ – ୨ ଟି ବଡ
ଚୂନାକଟା ପିଆଜ-୧ଟିର
ଚୂନାକଟା କଞ୍ଚାଲଙ୍କା – ୩-୪ ଟିର
କଟା ଧନିଆ ପତ୍ର – ଅଳ୍ପ
କର୍ଣ୍ଣଫୋର୍-୨ ଟେବୁଲ୍-ଚାମଚ
ଲୁଣ- ସ୍ୱାଦାନୁସାରେ
ଜିରାଲଙ୍କାଗୁଣ୍ଡ-୧/୨ ଚାମଚ
ଚାଟ୍ ମସଲା -୧ ଚାମଚ(ଛୋଟ)
ତେଲ – ଭାଜିବା ପାଇଁ
ପ୍ରଣାଳୀ :
ବନ୍ଧାକୋବିକୁ ଚୂନାଚୂନା କାଟି ସୁପ୍ଛଣାରେ ରଖି ଫୁଟାପାଣି ଥିବା ପାତ୍ର ଉପରେ ରଖି ଘିଡାଇ ୭-୧୦ ମିନିଟ୍ ଷ୍ଟିମ୍ରେ ସିଝାନ୍ତୁ (ଏହା ଯେପରି ସିଧାସଳଖ ପାଣି ସଂସ୍ପର୍ଶରେ ନଆସେ) | ସିଝିଗଲେ କାଢି ସିଝିଗଲେ କାଢି ସିଝାଆଳୁ ,ପିଆଜ , ଲଙ୍କା ,ଧନିଆ ପତ୍ର , କର୍ଣ୍ଣଫୋର୍ ଓ ମସଲାସବୁ ଦେଇ ଦଳି ମିଶାଇ କଟଲେଟ୍କୁ ସେପ୍ ଦିଅନ୍ତୁ | ନନ୍ଷ୍ଟିକ୍ ପ୍ୟାନ୍ରେ ଅଳ୍ପ ତେଲ ଦେଇ ଭାଜିପାରନ୍ତି ବା ତେଲରେ ଛାଣିପାରନ୍ତି |ଗରମାଗରମ ଚଟଣି ସହ ସର୍ଭ କରନ୍ତୁ |