
ସାମଗ୍ରୀ:
ମଟନ୍ -୭୫୦ ଗ୍ରାମ୍
ଦହି -୨୫୦ ଗ୍ରାମ୍
ପିଆଜ ବଟା -୫୦ ଗ୍ରାମ୍
ଅଦା ବଟା – ୫୦ ଗ୍ରାମ୍
ରସୁଣ ବଟା -୫୦ ଗ୍ରାମ୍
ଗୋଲମରିଚ ଗୁଣ୍ଡ -୩ ଚାମଚ
ଚାର୍କୋଲ୍ (ଅଙ୍ଗାର ଜଳନ୍ତା) ବା
ରଡନିଆଁ -୨-୩ ଖଣ୍ଡ
ଲୁଣ – ସ୍ୱାଦାନୁସାରେ
ଘିଅ -୧ ଟେବୁଲ୍ – ଚାମଚ
(ରଡନିଆଁରୁ ଧୁଆଁ କରିବା ପାଇଁ)
ରିଫାଇନ୍ ତେଲ -୩ ଟେବୁଲ୍-ଚାମଚ
ରାନ୍ଧିବାକୁ ଘିଅ -୨ ଟେବୁଲ୍ ଚାମଚ
ପ୍ରଣାଳୀ:
କେବଳ ଚାର୍କୋଲ୍କୁ ଛାଡି ଅନ୍ୟ ସମସ୍ତ ଜିନିଷ ମାଂସରେ ମିଶାଇ ତାକୁ ମ୍ୟାରିନେଟ୍ କରନ୍ତୁ ପ୍ରାୟ ୧ ଘଣ୍ଟା ଯାଏଁ | ଏକ ଛୋଟ ଷ୍ଟିଲ୍ ପାତ୍ରରେ ଘିଅ ଗରମ କରନ୍ତୁ |ଏଥିରେ କୋଇଲା ଖଣ୍ଡ ପକାଇ ଧୂଆଁ ହେଲେ ଏହି ପାତ୍ରକୁ ମଟନ ଥିବା ବଡପାତ୍ରରେ ରଖି ଢାଙ୍କି ଦିଅନ୍ତୁ | ଧୂଆଁ ଯେପରି ବାହାରିନଯାଏ | କିଛି ସମୟ ଏହିପରି ରଖିବା ପରେ କରେଇରେ ତେଲ ଗରମ କରି ଏହି ମାଂସକୁ ପକାଇ ରାନ୍ଧନ୍ତୁ ସିଝିବା ଯାଏଁ | ଶେଷରେ ଉପରକୁ ଘିଅ ଦେଇ ଆଉ ୫ ମିନିଟ୍ ରାନ୍ଧି ପ୍ଲେଟ୍କୁ କାଢି ସର୍ଭ କରନ୍ତୁ |