
ସାମଗ୍ରୀ :
ବେସନ -୨୦୦ ଗ୍ରାମ୍
ଚିନି -୧୮୦ ଗ୍ରାମ୍
ଘିଅ-୧୫୦ ଗ୍ରାମ୍
ପ୍ରଣାଳୀ :
ପ୍ୟାନ୍ରେ ଘିଅ ଗରମ କରି ଆଞ୍ଚ କମାନ୍ତୁ | ବେସନକୁ ପକାଇ ଭଲକରି ଭାଜନ୍ତୁ, ଯେପରି ବିଣ୍ଡା ରହିବ ନାହିଁ | ଏଥର କମ୍ ଆଞ୍ଚରେ ବେସନକୁ ସୁନେଲୀ ରଙ୍ଗ ହେବାଯାଏଁ ଭାଜନ୍ତୁ | ଚିନି ପକାଇ ଗୋଳାନ୍ତୁ ଓ ଗ୍ୟାସ୍ ବନ୍ଦ କରନ୍ତୁ | ଭଲକରି ଗୋଳାନ୍ତୁ ଯେପରି ଗରମରେ ଚିନି ଟିକେ ମେଲ୍ଟ କରିଯିବ | ଏଥର ଘିଅ ହାତ କରି ଗରମ ବେସନ ଚିନି ମିଶ୍ରଣାରୁ ହାତରେ ନେଇ ଲଡୁ କରନ୍ତୁ | ଭଲକରି ବାନ୍ଧିଗଲେ ସୁରକ୍ଷିତ ଜାଗାରେ ରଖନ୍ତୁ | ଏହା ଖୁବ୍ ନରମ ଓ ଜୋର୍ ଦେଲେ ଭାଙ୍ଗିଯାଇପାରେ ,ତେଣୁ ସାବଧାନ୍ରେ ରଖିବେ | ଏହା ଏକ ସପ୍ତାହ ପର୍ଯ୍ୟନ୍ତ ରଖି ବ୍ୟବହାର କରିପାରିବେ |