
ସାମଗ୍ରୀ :
ସୁଜି -ଏକ କପ୍
ଫାଳେ ନଡ଼ିଆର କୋରା
ଚିନି – ୧/୨ କପ୍
ଚିନି – ୨ ଟେବୁଲ ଚାମଚ
ଗୁଜରାତି – ୪ଟା
ମହୁରି – ୧ ଚା ଚାମଚ
ପାଣି – ୨ କପ୍
ଛାଣିବାପାଇଁ ତେଲ
ପରିମାଣ ଅନୁସାରେ ଲୁଣ
ପ୍ରଣାଳୀ :
ନଡ଼ିଆକୋରା, ଅଧ କପ୍ ଚିନି ମିଶାଇ ଜରେଇରେ ଭାଜି ନିଅ । ଗୁଜରାତି ଗୁଣ୍ଡା ଦେଇ ପୁରକୁ ବାର ଭାଗ କରି ଦିଅ । କରେଇରେ ଦୁଇକପ୍ ପାଣି ଫୁଟାଅ । ସେଥିରେ ଦୁଇ ଟେବୁଲ ଚାମଚ ଚିନି ଓ ଲୁଣ ବିଅ । ପାଣି ଫୁଟିଲେ ମହୁରି ଓ ସୂଜି ଦେଇ ମିଶାମିଶି କରି ଢାଙ୍କି ଦିଅ । ଥଣ୍ଡା ହେଲେ ସୁଜିକୁ ବାର ଭାଗ କରିଦିଅ । ଗୋଟିଏ ସୁଜି ଭାଗରେ ଗୋଟିଏ ଭାଗ ପୁର ଦେଇ ଅର୍ଦ୍ଧଚନ୍ଦ୍ର କିମ୍ବା ଗୋଲ କାକରା ଗଢ଼ି ଦିଅ । ତେଲ ଗରମ କରି ପିଠାଗୁଡ଼ିକ ଛାଣି ଦିଅ । ଇଚ୍ଛା ହେଲେ ପିଠାଗୁଡ଼ିକ ତେଲରେ ନ ଛାଣି ସିଝାଇ ନେଇ ସିଝା ମଣ୍ଡା କରିପାର । ଗୋଟିଏ ଡେକ୍ଚିରେ ପାଣି ରଖ୍ ତା ମୁହଁରେ କନା ବାନ୍ଧି ପିଠା ରଖ୍ ଷ୍ଟିମ କରିବ । ନଡ଼ିଆ୍ ପୁର ନ ଦେଇ ସିଙ୍ଗଡ଼ା ପରି ଆଜୁ ପୁର ଦେଇପାର କିମ୍ବା ଆଳୁ, କୋବି, ଗାଜର ନେଇପାର । ମିଠା ନ ଖାଇବା ଲୋକ ହୋଇଥ୍ଲେ ସୁଜି ଜନ୍ତିଲାବେଳେ ଚିନି ପକାଇବନି ।