
ସାମଗ୍ରୀ:
ରୋହି ବା ଇଲିସି ମାଛର ବଡ ପିସ୍ -୪ଟି
ପିଆଜ ବଟା -୧ ଚାମଚ
ଅଦା ବଟା -୧/୨ ଚାମଚ
ରସୁଣ ବଟା -୧/୨ ଚାମଚ
ଗୋଟା ଗରମ ମସଲା – (ଲବଙ୍ଗ -୩ଟି , ଡାଲଚିନି -୧/୨ ଇଞ୍ଚ , )
ଅଳେଇଚ -୩ଟି
ତେଜପତ୍ର -୨ଟି
ସୋରିଷ -୧ ଚାମଚ (ଗୁଣ୍ଡ)
ଜିରା -୧/୨ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
କରୀ ମସଲା -୧ ଚାମଚ
ଚିନି -୧\୨ ଚାମଚ
ଦହି -୧ ଟେବୁଲ୍-ଚାମଚ କିମ୍ବା ଟମାଟୋ ପ୍ୟୁରୀ , ୨ ଟେବୁଲ୍-ଚାମଚ , ଆଳୁ-୧ଟି , (ଚାରିଫାଳ କଟା/ଭଜା ତେଲ (ସୋରିଷ) , ୧ ଟେବୁଲ୍-ଚାମଚ
ପ୍ରଣାଳୀ:
ମାଛ ଧୋଇ ହଳଦୀ-ଲୁଣ ଗୋଳାଇ ତେଲରେ ହାଲ୍କା ଭାଜି ରଖନ୍ତୁ | ପ୍ୟାନ୍ରେ ତେଲ ଗରମ କରି ଚିନି ପକାଇ ମିଶାନ୍ତୁ | ତେଜପତ୍ର ପକାନ୍ତୁ | ୧ ମିନିଟ୍ ପରେ ପିଆଜ ବଟା ପକାଇ ୩ ମିନିଟ୍ କଷନ୍ତୁ | ପାଣି ମରି ବାସ୍ନା ଆସିଲେ ଧନିଆଁ ଗୁଣ୍ଡ , ଜିରା ଗୁଣ୍ଡ , କରୀ ମସଲା ପକାଇ ଅଳ୍ପ ପାଣିରେ ଭଜା ଆଳୁ ପକାଇ ଘୋଡାଇ ଦିଅନ୍ତୁ | ୭-୮ ମିନିଟ୍ ପରେ ଆଳୁ ସିଝିଆସିଲେ ସୋରିଷ ଗୁଣ୍ଡ , ଦହି ଟମାଟୋ ପ୍ୟୁରୀ ପକାଇ ଗୋଳାନ୍ତୁ | ଏହା ମିଶିଗଲେ ମାଛ ପକାଇ ଲୁଣ ଦେଇ ଆବଶ୍ୟକ ପାଣି ଦେଇ ଘୋଡାଇ ମଧ୍ୟମ ଆଞ୍ଚରେ ବସାନ୍ତୁ | ଝୋଳ ବହଳିଆ ହୋଇଗଲେ କାଢି ପରଶନ୍ତୁ |