
ସାମଗ୍ରୀ :
ବ୍ରେଡ୍ -୪ ପିସ୍ (ଛୋଟଖଣ୍ଡରେ କଟା)
ଛତୁ ୨୫୦ ଗ୍ରାମ୍
ହଳଦି, ଲୁଣ- ସ୍ବାଦାନୁସାରେ
ଛୋଟକଟା ପିଆଜ – ୧ ଟେବୁଲ୍-ଚାମଚ
ଛୋଟକଟା ଗାଜର – ୧ ଟେବୁଲ୍-ଚାମଚ
ମଟର-୧ ଟେବୁଲ୍-ଚାମଚ
ଚୂନାକଟା ବିନ୍ ୧ ଟେବୁଲ୍-ଚାମଚ
ଛୋଟକଟା ଫୁଲକୋବି- ୧ ଟେବୁଲ୍-ଚାମଚ
ବଡ଼ଫାଳ ଚଣାଡାଲି – ଅଳ୍ପ
ଭଜା ଚିନାବାଦାମ- ଅଳ
ଭୂସଙ୍ଗ ପତ୍ର ଅଳ୍ପ
କଞ୍ଚାଲଙ୍କା କଟା – ସ୍ଵାଦାନୁସାରେ
ଜିରାଗୁଣ୍ଡ ଓ ଚାଟ୍ ମସଲା
ରିଫାଇନ୍ ତେଲ -୩-୪ ଛୋଟ ଚାମଚ
ପ୍ରଣାଳୀ :
କରେଇରେ ତେଲ ଗରମ କରି ଫୁଟଣ, ଡାଲିଫାଳ (ଧୁଆ), ବାଦାମ ମଞ୍ଜ, ଭୁର୍ସୁଙ୍ଗ ପତ୍ର ଓ ଲଙ୍କାକଟା ପକାଇ ଫୁଟାନ୍ତୁ । ଏହାପରେ ପିଆଜ ପକାଇ ୩-୪ ମିନିଟ୍ ଭାଜିବା ପରେ ଅନ୍ୟ ପରିବା, ଲୁଣ, ହଳଦି, ଜିରାଗୁଣ୍ଡ ପକାଇ ପରିବା ସିଝିବାଯାଏଁ ଘୋଡ଼ାଇ ଭାଜନ୍ତୁ । ଛତୁକୁ ହଳଦି-ଲୁଣପାଣିରୁ ଚିପୁଡ଼ି ଅଲଗା କରି ଭଲକରି ଭାଜି ଏଥୁରେ ମିଶାନ୍ତୁ । ସବୁ ପରିବା ମିଶି ଭାଜି ହୋଇଗଲେ କଟା ବ୍ରେଡ୍ ପିସ୍ ପକାନ୍ତୁ । ଲୁଣ ଓ ଚାଟ୍ ମସଲା, ରାଗ ଆବଶ୍ୟକ
ମୁତାବକ ପକାଇ ଗୋଳାଇ ପ୍ଲେଟ୍କୁ କାଢ଼ନ୍ତୁ । କଟା ଧନିଆ ପତ୍ରରେ ସଜାଇ ସସ୍ ସହ ପରଶନ୍ତୁ ।